ଭାରତ-ପାକିସ୍ତାନ ମୁହାଁମୁହିଁ : ଗର୍ଜିଲେ ସୁଖୋଇ, ମିରେଜ୍ ଓ ଏଫ୍-୧୬

ନୂଆଦିଲ୍ଲୀ : ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା‌ ବେଳେ ଆଜି ଦୁଇ ଦେଶର ଲଢ଼ୁଆ ବିମାନ ପୁଣି ମୁହାଁମୁହିଁ ହୋଇଛନ୍ତି। ତେବେ କିଛି ସମୟ ମଧ୍ୟରେ ପରିସ୍ଥିତି ଶାନ୍ତ ପଡ଼ିଯାଇଛି।

ସରକାରୀ ସୂତ୍ରରୁ ପ୍ରକାଶ‌ ଯେ ଆଜି ପ୍ରତ୍ୟୁଷ ୩ଟା ବେଳେ ଭାରତୀୟ ସୀମା ନିକଟ ପଞ୍ଜବାର ଖେମକରେନ ସେ‌କ୍ଟରରେ ପାକିସ୍ତାନୀ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଥିଲା। ଏହାକୁ ମାରି ଖସାଇବା ଲାଗି ଭାରତୀୟ ବାୟୁସେନା ଏହାର ଦୁଇଟି ସ‌ୁଖୋଇ ବିମାନକୁ ପଠାଇଥିଲା। ଏହାପଛକୁ ମିରେଜ ବିମାନକୁ ମଧ୍ୟ ପଠାଯାଇଥିଲା।

ଏହି ସମୟରେ ଭାରତୀୟ ସୀମାକୁ ଲାଗି ପାକିସ୍ତାନୀ ଆକାଶ ସୀମାରେ ୪ଟି ଏଫ୍-୧୬ ମାଡ଼ି ଆସିଥିଲା। ତେବେ ଭାରତୀୟ ବାୟୁସେନା ବିମାନକୁ ଦେଖି ଏଫ୍-୧୬ ଫେରିଯାଇଥିଲେ। ଏହାପରେ ଭାରତୀୟ ଯୁଦ୍ଧ ବିମାନ ମଧ୍ୟ ‌େଫରି ଆସିଥିଲେ।

ସୂଚନାଯୋଗ୍ୟ ଯେ ପୁଲୱାମା ଆକ୍ରମଣ ପରେ ଗତ ଦୁଇ ମାସ ମଧ୍ୟରେ ଭାରତୀୟ ସେନା ପାକିସ୍ତାନର ଅନେକ ଡ୍ରୋନକୁ ଗୁଳି କରି ଖସାଇ ଦେଇଛନ୍ତି। ମୁଖ୍ୟତଃ ଏହି ଡ୍ରୋନଗୁଡ଼ିକୁ ରାଜସ୍ଥାନ ଓ ପଞ୍ଜାବ ସୀମା ନିକଟରେ ଖସାଇ ଦିଆଯାଇଛି। ଉଭୟ ଦେଶର ସେନା ପରସ୍ପର ଉପରେ ଗୁଇନ୍ଦାଗିରି କରିବା ଲାଗି ଏଭଳି ଡ୍ରୋନର ବ୍ୟବହାର କରିଥାନ୍ତି। ଗତମାସ ୪ ତାରିଖରେ ରାଜସ୍ଥାନର ବିକାନିର ଅଞ୍ଚଳରେ ଭାରତୀୟ ସୁଖୋଇ ବିମାନ ପାକିସ୍ତାନ ଡ୍ରୋନକୁ ଖସାଇଥିବା ବେଳେ ଏହା ପୂର୍ବରୁ ଗୁଜରାଟର କଚ୍ଛ ଅଞ୍ଚଳରେ ଆଉ ଏକ ପାକିସ୍ତାନୀ ଡ୍ରୋନକୁ ଖସାଇ ଦିଆଯାଇଥିଲା।

ଇତିମଧ୍ୟରେ ପାକିସ୍ତାନ ସ୍ବୀକାର କରିଛି ଯେ ଗତ ଫେବୃଆରୀ ମାସ ୨୭ ତାରିଖରେ ଭାରତୀୟ ଯୁଦ୍ଧ ବିମାନର ମୁକାବିଲା ଲାଗି ଏହା ଆମେରିକା ନିର୍ମିତ ଏଫ-୧୬ ବିମାନ ବ୍ୟବହାର କରିଥିଲା। ଆତ୍ମରକ୍ଷା ଲାଗି ପାକିସ୍ତାର ଏଭଳି ଅଧିକାର ରହିଛି ବୋଲି ପାକ୍ ସେନା ପକ୍ଷରୁ କୁହାଯାଉଛି। ସୂଚନା‌େଯାଗ୍ୟ ଯେ ପାକିସ୍ତାନଏହା ପୂର୍ବରୁ କେବେ ବି ସ୍ବୀକାର କରୁନଥିଲା ଯେ ଭାରତ ଆକ୍ରମଣ ପାଇଁ ଏହା ଏଫ ୧୬ ବିମାନ ବ୍ୟବହାର କରିଛି।

ସମ୍ବନ୍ଧିତ ଖବର