ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭାରତ ସରକାର ସମଗ୍ର ଦେଶରେ ୨୧ ଦିନ ପାଇଁ ଲକ୍ଡାଉନ୍ କାର୍ଯ୍ୟକାରୀ କରିବା ସବୁଦିଗରୁ ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ମୁଖ୍ୟ ଟେଡ୍ରୋସ୍ ଆଧ୍ନୋମ କହିଛନ୍ତି। ଭାରତ ପାଖରେ କରୋନା ମୁକାବିଲା ପାଇଁ ଯଥେଷ୍ଟ କ୍ଷମତା ରହିଛି ଏବଂ ପ୍ରାରମ୍ଭିକ ସ୍ତରରେ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାରଙ୍କ କଠୋର ପଦକ୍ଷେପ ଦେଶବାସୀଙ୍କୁ ଆଶ୍ବସ୍ତ କରିଛି ବୋଲି ସେ ମତ ରଖିଛନ୍ତି। ଭାରତ ଭଳି ବିଶାଳ ରାଷ୍ଟ୍ର କରୋନା ମୁକାବିଲା ପାଇଁ ନେଇଥିବା ପଦକ୍ଷେପ ବିଶ୍ବ ସ୍ବାର୍ଥ ଦୃଷ୍ଟିରୁ ଅତି ମହତ୍ବପୂର୍ଣ୍ଣ ବୋଲି ଟେଡ୍ରୋସ କହିଛନ୍ତି।
ଭାରତର ପ୍ରୟାସ ସବୁଦିଗରୁ ପ୍ରଶଂସନୀୟ: ଡବ୍ଲୁଏଚ୍ଓ
/sambad/media/post_attachments/wp-content/uploads/2020/03/who-chief.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)