ପ୍ରଧାନମନ୍ତ୍ରୀଙ୍କ ପାଇଁ ତେଲ କିଣାରେ ଆମେରିକା ଦେଲା ରିହାତି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ଚଳିତ ମାସ ପାଞ୍ଚ ତାରିଖରୁ ଇରାନ ଉପରେ ଆମେରିକା ବାଣିଜ୍ୟ କଟକଣା ଲାଗୁ କରିବ। ତେବେ ଏହା ସତ୍ତ୍ବେ ଭାରତ ପକ୍ଷରୁ ଇରାନ ଠାରୁ ତେଲ କିଣା ଜାରି ରହିବ। ବିଶ୍ବର ୮ଟି ଦେଶକୁ ରିହାତି ପ୍ରଦାନ କରିବା ପାଇଁ ଆମେରିକା ନିଷ୍ପତ୍ତି ନେଇଛି। ତେବେ ସେହି ୮ଟି ଦେଶର ନାମ ଗୋପନ ରଖାଯାଇଛି। ସୋମବାର ନାମ ଘୋଷଣା କରାଯିବ। ଭାରତକୁ ରିହାତିି ମିଳିଛି ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ରଭାବଶାଳୀ ଅଭିଯାନ ଯୋଗୁ ଆମେରିକା ତେଲ ବ୍ୟବହାରକାରୀ ଦେଶଗୁଡ଼ିକର ସ୍ବାର୍ଥକୁ ଅଣଦେଖା କରିପାରିନାହିଁ। ଭୌଗଳିକ ଓ ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଆ‌ମେରିକା ଭାରତ ସମେତ ଅନ୍ୟ କିଛି ଦେଶକୁ ଇରାନରୁ ତେଲ କିଣିବା ପାଇଁ ରିହାତି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହାର ଶ୍ରେୟ ଦେଇଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି ଯେ, ବିଶ୍ବ ନେତା ଭାବେ ମୋଦୀ ଗ୍ରହଣୀୟ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରଭାବଶାଳୀ ଅଭିଯାନ ଯୋଗୁ କେବଳ ଭାରତ ନୁହେଁ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଲାଭବାନ ହେବେ।

କିଛି ଦିନ ତଳେ ବୈଦେଶିକ ସଚିବ ମାଇକ୍ ପୋମ୍ପିଓ କହିଥିଲେ ଯେ, ଯଦି ଇରାନ ତେଲ କିଣାରେ ଭାରତକୁ ରିହାତି ପ୍ରଦାନ କରାଯିବ ତେବେ ଛଅ ମାସ ଭିତରେ ତେଲ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ। ଏହା ସତ୍ତ୍ବେ ଅଧିକ ରିହାତି ପାଇବାକୁ ଭାରତ କର୍ଥବାର୍ତା ଜାରି ରଖିଥିଲା।

ସମ୍ବନ୍ଧିତ ଖବର