ସ୍ଥାନାନ୍ତରିତ ହୋଇ ପଳାଇ ଆସିଥିବା ୧୦୮ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ମିଳିଲା ଭାରତର ନାଗରିକତ୍ୱ, ଅପେକ୍ଷାରେ ରହିଛନ୍ତି ଆହୁରି ୬୦୦୦ ପାକିସ୍ତାନୀ ହିନ୍ଦୁ

ଯୋଧପୁର (ରାଜସ୍ଥାନ): ପାକିସ୍ତାନରୁ ସ୍ଥାନାନ୍ତରିତ ହୋଇ ଭାରତ ପଳାଇ ଆସିଥିବା ୧୦୮ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତ ସରକାର ଗତ ରବିବାର ଦିନ ଭାରତର ନାଗରିକତ୍ୱ ପ୍ରଦାନ କରିଛନ୍ତି। ଯୋଧପୁରର ଜିଲ୍ଲାପାଳ ରବି କୁମାର ସରପର୍‌ ଗତ ରବିବାର ଦିନ ଯେତେବେଳେ ପାକିସ୍ତାନରୁ ସ୍ଥାନାନ୍ତରିତ ହୋଇ ଭାରତ ପଳାଇ ଆସିଥିବା ଏହି ୧୦୮ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତର ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କଲେ ସେତେବେଳେ ଏମାନେ ସମସ୍ତଙ୍କର ଆଖି ଲୁହରେ ଛଳଛଳ ହୋଇ ଯାଇଥିଲା। ଯୋଧପୁର ଟାଉନ୍‌ ହଲ୍‌ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯେତେବେଳେ ଏମାନଙ୍କୁ ଜିଲ୍ଲାପାଳ ରବି କୁମାର ସରପର୍‌ ଯେତେବେଳେ ଭାରତର ନାଗରିକତ୍ୱର ପ୍ରମାଣପତ୍ର ପ୍ରଦାନ କଲେ, ସେତେବେଳେ ଏମାନେ ସମସ୍ତେ ‘ଭାରତ ମାତା କୀ ଜୟ!’ କହି ଗଗନ ପବନ ମୁଖରିତ କରି ଦେଇଥିଲେ।

ପାକିସ୍ତାନରୁ ସ୍ଥାନାନ୍ତରିତ ହୋଇ ଭାରତ ପଳାଇ ଆସିଥିବା ଏହି ପାକିସ୍ତାନୀ ହିନ୍ଦୁମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୀମାନ୍ତ ଲୋକ ସଂଗଠନର ସଭାପତି ହିନ୍ଦୁ ସିଂହ ସୋଡ଼ା କହିଛନ୍ତି ଯେ ଏମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରିବା ପାଇଁ ଭାରତ ସରକାର ଗତ ୨୦୧୬ ଡିସେମ୍ବର ମାସରୁ ନିଷ୍ପତ୍ତି ନେବା ସହ ଏଥିନିମନ୍ତେ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଥିଲେ। ଏହି କ୍ରମରେ ପାକିସ୍ତାନରୁ ସ୍ଥାନାନ୍ତରିତ ହୋଇ ଭାରତ ପଳାଇ ଆସିଥିବା ଆହୁରି ୬୦୦୦ ଭାରତୀୟ ହିନ୍ଦୁ ଏବେ ବି ଭାରତର ନାଗରିକତ୍ୱ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସୀମାନ୍ତ ଲୋକ ସଂଗଠନର ସଭାପତି ହିନ୍ଦୁ ସିଂହ ସୋଡ଼ା।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଦୁଇ ବର୍ଷ ପୂର୍ବେ ପାକିସ୍ତାନୀ ସଂଗୀତଜ୍ଞ ଆଦ୍‌ନାନ୍‌ ସାମିଙ୍କୁ ଭାରତ ସରକାର ଭାରତର ନାଗରିକତ୍ୱ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର