ଭାରତର ରହିଛି ୧୪୦ ପରମାଣୁ ବୋମା, ଦଶନ୍ଧୀ ସୁଦ୍ଧା ୨୦୦ ଛୁଇଁବାକୁ ଯୋଜନା

ନୂଆଦିଲ୍ଲୀ: ଭାରତ ଠାରୁ ଆଣବିକ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ବର୍ତ୍ତମାନ ସ୍ଥିତିରେ ପାକିସ୍ତାନ ସାମାନ୍ୟ ଆଗରେ ଥିବା ବେଳେ ଭାରତ ଠାରୁ ଚୀନ୍‌ର ଆଣବିକ ଅସ୍ତ୍ରଶସ୍ତ୍ର ପ୍ରାୟ ଦୁଇଗୁଣ। ଷ୍ଟକ୍‌ହୋମ ଇଣ୍ଟରନ୍ୟାସନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌( ସିପ୍ରି)ର ଆକଳନ ଅନୁଯାୟୀ, ଭାରତ ପାଖରେ ୧୩୦ରୁ ୧୪୦ଟି ଆଣବିକ ବୋମା ଥିବା ବେଳେ ପାକିସ୍ତାନ ପାଖରେ ୧୪୦ରୁ ୧୫୦ଟି ଓ ଚୀନ ପାଖରେ ୨୮୦ଟି ଆଣବିକ ଓ୍ଵାର ହେଡ୍‌ ଥିବା ଜଣାଯାଇଛି। କିନ୍ତୁ ଏ ନେଇ ଭାରତୀୟ ପ୍ରତିରକ୍ଷା ସଂସ୍ଥାର କହିବା କଥା ଭିନ୍ନ। ଭାରତୀୟ ପ୍ରତିରକ୍ଷା ସଂସ୍ଥାର କହିବା କଥା ହେଉଛି ଭାରତର ପ୍ରତିରୋଧ କ୍ଷମତା ବେଶ ମଜଭୁତ ଓ ଏହା ଯେକୌଣସି ପ୍ରତିଶୋଧପୂର୍ଣ୍ଣ ଆକ୍ରମଣର ସଫଳ ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ କରାଯାଇଛି ,ଏବଂ ଏହା ଆଧୁନିକରଣର ଟ୍ରାକରେ ଯେପରି ଏହାର ବିକଶିତ କରାଯାଇ ପାରିବ ସେହି ଅନୁଯାୟୀ ଡିଜାଇନ୍‌ କରାଯାଇଛି ବୋଲି ପ୍ରତିରକ୍ଷା ସଂସ୍ଥା ପକ୍ଷରୁ କୁହାଯାଉଛି।
ସୂଚନାଯୋଗ୍ୟ ଯେ ରୁଷ ଓ ଅ୍ରାମେରିକା ଏ କ୍ଷେତ୍ରରେ ବହୁ ଆଗରେ ରହିଛନ୍ତି। ଆମେରିକା ପାଖରେ ୬ହଜାର ୪୫୦ ପରମାଣୁ ବୋମା ଥିବା ବେଳେ ରୁଷ ପାଖରେ ସର୍ବାଧିକ ୬ହଜାର ୮୫୦ଟି ପରମାଣୁ ବୋମା ରହିଛି। ଅର୍ଥାତ ବିଶ୍ୱର ୯୨ ପତିଶତ ଆଣବିକ ବୋମ କେବଳ ରୁଷ ଓ ଆମେରିକା ପାଖରେ ରହିଥିବା ସିପି ଆକଳନ କରିଛି।


ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ, ଚୀନ ଓ ପାକିସ୍ତାନର କପଟପୂର୍ଣ୍ଣ କାର୍ଯ୍ୟକଳାପ ଓ ଧମକ ଯୋଗୁଁ ଆଣବିକ ପ୍ରତିରୋଧ ଶକ୍ତିର ବିକାଶ ବ୍ୟତୀତ ଭାରତ ନିକଟରେ ଅନ୍ୟ ବିକଳ୍ପ ନାହିଁ। ତେବେ ଭାରତର ଏହି ଆଣବିକ ପ୍ରତିରୋଧ କ୍ଷମତା ବେଶ ବିଶ୍ୱସନୀୟ ଓ ଭାରତ ଉପରେ ଆକ୍ରମଣ ହେଲେ ଏହାର ପ୍ରତିଆକ୍ରମଣରେ ଏହି ଆଣବିକ ଅସ୍ତ୍ର ଶତୃପକ୍ଷର ଭୟଙ୍କର କ୍ଷତି କରିବାରେ ସମର୍ଥ। ସଂସ୍ଥା ପକ୍ଷରୁ କୁହାଯାଇଛିି ଯେ କେତେ ଆଣବିକ ଅସ୍ତ୍ର ରହିଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଭାରତ ତାର ଆଣବିକ ନୀତି ଅନୁଯାୟୀ, ପ୍ରଥମେ ପରମାଣୁ ବୋମା ବ୍ୟବହାର କରିବ ନାହିଁ।ତେବେ ିଦ୍ୱିତୀୟ ବ୍ୟବହାର ପାଇଁ ଭାରତ ନ୍ୟୁକ୍ଲିୟର କମାଣ୍ଡ, କଣ୍ଟ୍ରୋଲ ଓ କମ୍ୟୁନିକେସନ୍‌ର ବିଶ୍ୱସନୀୟତା ସୁନିଶ୍ଚିତ କରିବା ଦିଗରେ ନିଶ୍ଚିତ କାର୍ଯ୍ୟ କରିବ। ତେବେ ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମ ସନ୍ଦେହଜନକ ହୋଇଥିିବା ବେଳେ ଭାରତ ପାଇଁ ପରମାଣୁ ବୋମା ଏକ ଯୁୁଦ୍ଧାସ୍ତ୍ର ନୁହେଁ।କେବଳ ପ୍ରତିରୋଧ ଓ ଆକ୍ରମଣ ସମୟରେ ଶତୃପକ୍ଷକୁ ଜବାବଦେବା ପାଇର୍ଁ ଭାରତ ତାର ଆଣବିକ କ୍ଷମତାର ବିକାଶ କରିଛି। ଏ ପରିପ୍ରେକ୍ଷୀରେ ଆଗାମୀ ଦଶନ୍ଧୀ ମଧ୍ୟରେ ଭାରତର ପରମାଣୁ କ୍ଷମତା ୨୦୦କୁ ବୃଦ୍ଧି କରାଯାଉଥିିବା ଜଣାଯାଇଛି।

ସମ୍ବନ୍ଧିତ ଖବର