୩ ନେପାଳୀଙ୍କୁ ଅଷ୍ଟ୍ରେଲିଆରୁ ସ୍ୱତନ୍ତ୍ର ବିମାନରେ ଆଣିଲା ଭାରତ, ନେପାଳର ନାଲିଆଖି ସତ୍ତ୍ୱେ ବି ଭୁଲିଲାନି ବନ୍ଧୁତା

ନୂଆଦିଲ୍ଲୀ: ବନ୍ଧୁ କଠିନ ସମୟରେ ସାହାଯ୍ୟ କରନ୍ତି | ଭାରତ ସର୍ବଦା ସାହାଯ୍ୟ କରିଆସୁଥିବା ଦେଶ ମଧ୍ୟରୁ ନେପାଳ ଅନ୍ୟତମ। ଯଦିଓ ନେପାଳ ଏହି ସମୟରେ ଭାରତର ଅଞ୍ଚଳକୁ ନିଜ ଅଧୀନକୁ ନେବାକୁ ଚେଷ୍ଟା କରୁଛି, ତଥାପି ଭାରତ କିନ୍ତୁ ନମ୍ର ରହିଛି | ଯେତେବେଳେ ନେପାଳ ଏଭଳି ଉତ୍ତେଜନା ମଧ୍ୟରେ ସାହାଯ୍ୟ ଲୋଡିଥିଲା ​​ସେତେବେଳେ ଭାରତ ମନା କରିନଥିଲା। ମିଳିଥିବା ସୂଚନା ମୁତାବକ ଅଷ୍ଟ୍ରେଲିଆରେ ତିନିଜଣ ନେପାଳୀଙ୍କ ପାଇଁ ଯେତେବେଳେ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ଆସିଲା, ଭାରତ ତୁରନ୍ତ ସହାୟତା ବଢ଼ାଇଛି | ତିନିଜଣ ନେପାଳ ନାଗରିକଙ୍କୁ ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନ ଦ୍ୱାରା ଦିଲ୍ଲୀ ଅଣାଯାଇଛି।

Image Source-.lloydspharmacy.com

ତିନିଜଣ ବ୍ୟକ୍ତି ସମ୍ପର୍କରେ ଦୁଇ ପୁଅ ଓ ଜଣେ ବାପା ଥିବାବେଳେ ସାନ ପୁଅର ବୋନମାରୋ ଅପରେସନ କରାଯିବ | ବୋନମାରୋ ଦେବାକୁ ରୋଗୀର ଭାଇ ଏବଂ ତାଙ୍କ ପିତା ମଧ୍ୟ ଆସିଛନ୍ତି | ସୂତ୍ରରୁ ପ୍ରକାଶ ଯେ ଭାରତ ନେପାଳକୁ ସାହାଯ୍ୟ କରିଛି କାରଣ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଅନନ୍ୟ ଏବଂ ଲୋକମାନେ କାହିଁ କେତେକାଳରୁ ପରସ୍ପର ସହ ଜଡିତ ଥିବା ଅନୁଭବ କରୁଛନ୍ତି। ଏଠାରେ ସୂଚନା ଥାଉ କି ଦୁଇଦେଶ ମଧ୍ୟରେ ଏବେ କାଳାପାନି ଓ ଲିପୁଲେଖ ଅଞ୍ଚଳକୁ ନେଇ ବିବାଦ ଦେଖାଦେଇଛି ।

ନେପାଳ ସୀମାରେ ଥିବା ଏହି ଅଞ୍ଚଳ ଭାରତୀୟ ଅଞ୍ଚଳ ହୋଇଥିଲେ ମଧ୍ୟ ନେପାଳ ତାହାକୁ ନିଜର ଅଞ୍ଚଳବୋଲି ଦାବି କରୁଛି । ନିକଟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଅଞ୍ଚଳରେ ଏକ ପୋଲ ଉଦଘାଟନ କରିଥିଲେ । ଏହାକୁ ନେଇ ନେପାଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଗତ ସପ୍ତାହରେ ନେପାଳ କ୍ୟାବିନେଟ ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରିଛି ଯେଉଁଥିରେ ଏସବୁ ଅଞ୍ଚଳ ନେପାଳର ଥିବା ଦର୍ଶାଯାଇଛି । ଏହାକୁ ଭାରତ ବିରୋଧ କରୁଛି ।

ସମ୍ବନ୍ଧିତ ଖବର