ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୬୬୬୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଭାଇରସ୍‌ ସଂକ୍ରମଣ ଦୃତ ଗତିରେ ବଢ଼ିଚାଲିଛି ଏବଂ ବିଗତ ୫ ଦିନ ମଧ୍ୟରେ ୩୦ ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଛି। ଗତକାଲି ଗୋଟିଏ ଦିନରେ ସର୍ବାଧିକ ୬୬୬୧ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ସଂକ୍ରମଣ ସ୍ଥିତି ସାଂଘାତିକ ରୂପ ନେଇଥିବାରୁ ରାଜ୍ୟ ସରକାର ଏବେ ଅଧିକ କଟକଣା ପାଇଁ ଯୋଜନା କରିଛନ୍ତି। କର୍ଣ୍ଣାଟକରେ ଆଜି ସଂପୂର୍ଣ୍ଣ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଛି। ଗୁଜରାଟ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶ ସରକାର ମଧ୍ୟ ଭିନ୍ନ ‌ଭିନ୍ନ କ୍ଷେତ୍ରରେ କଟକଣା ଯୋଜନା କାର୍ଯ୍ୟକାରୀ କରିଛନ୍ତି। କର୍ଣ୍ଣାଟକରେ ପ୍ରାୟ ୨ ହଜାର ସଂକ୍ରମିତ ଥିବା ବେଳେ ରାଜ୍ୟ ସରକାର ପ୍ରତି ରବିବାର ସଂପୂର୍ଣ୍ଣ ଲକ୍‌ଡାଉନ୍‌ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦେଶରେ ଗତ ୨୦ ତାରିଖ ଦିନ ୫୫୪୭ ମାମଲା ସାମ୍ନାକୁ ଆସିଥିବାବେଳେ ୨୧ ତାରିଖ ଦିନ ୬୦୨୫ ମାମଲା, ୧୯ ତାରିଖ ଦିନ ୬୧୫୪ ମାମଲା, ୨୨ ତାରିଖ ଦିନ ୬୫୭୦ ମାମଲା ଏବଂ ୨୩ ତାରିଖ ଦିନ ୬୬୬୧ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୪୭ ହଜାରରୁ ଅଧିକ ରହିଥିବା ବେଳେ ୨୪ ଘଣ୍ଟାରେ ୨୬୦୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ୧୫୮୦ ଲୋକଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଏବେ ୫ ଲକ୍ଷରୁ ଅଧିକ ଲୋକ କ୍ବାରାଣ୍ଟିନରେ ଅଛନ୍ତି। ମଧ୍ୟପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୪୦୦ରେ ପହଞ୍ଚିଛି ଏବଂ ଇନ୍ଦୋର ରାଜ୍ୟର କରୋନା ହଟ୍‌ସ୍ପଟ୍‌ ପାଲଟିଛି। ଏଠାରେ ୨୯୩୩ ଜଣ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର