ଇରାନର ସେନା କମାଣ୍ଡରଙ୍କୁ ମାରିଥିବା ହଣ୍ଟର କିଲର ଡ୍ରୋନ କିଣିବାକୁ ଭାରତର ଯୋଜନା

ନୂଆଦିଲ୍ଲୀ : ଗତ ଜାନୁଆରି ମାସରେ ଆମେରିକା ସେନାର ଡ୍ରୋନ ଆକ୍ରମଣରେ ଇରାନର କୁଦସ ଫୋର୍ସର କମାଣ୍ଡର ମେଜର ଜେନେରାଲ ଆସିଫ ସୁଲେମାନି ନିହତ ହୋଇଥିଲେ । ଏହି ଡ୍ରୋନର ଦକ୍ଷତା ଦେଖି ସମଗ୍ର ବିଶ୍ୱ ଚକିତ ହୋଇଯାଇଥିଲା । ଏହି ଡ୍ରୋନର ନାଁ ହେଉଛି ହଣ୍ଟର କିଲର । ଏହି ପରି ଏକ ଡ୍ରୋନ କିଣିବାକୁ ଭାରତ ଆଗ୍ରହ ପ୍ରକାଶ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି । ଏପରି ଡ୍ରୋନ ଦ୍ୱାରା ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କୁ ନିପାତ କରିହେବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ବେଳେ ଭାରତ ଏହି ପ୍ରସ୍ତାବ ଦେବାର ସମ୍ଭାବନା ରହିଛି ।
ଆମେରିକା ଜାନୁଆରି ୩ ତାରିଖରେ ନିଜର ହଣ୍ଟର କିଲର ଡ୍ରୋନରୁ ହେଲଫାୟାର ଆରଏକ୍ସ ନିନଜା ମିସାଇଲ ନିକ୍ଷେପ କରି ସୁଲେମାନୀଙ୍କୁ ହତ୍ୟା କରିଥିଲା ବୋଲି ଜଣାପଡ଼ିଛି । ଏହି ମିସାଇଲର ବିଶେଷତ୍ୱ ହେଉଛି ଏହା ଅତ୍ୟନ୍ତ ସଠିକତାର ସହ ଟାର୍ଗେଟକୁ ମାଡ କରିଥାଏ । କିନ୍ତୁ ନିଜର ଟାର୍ଗେଟ ବ୍ୟତୀତ ଏହା ଆଖପାଖ ଅଞ୍ଚଳର କୌଣସି କ୍ଷତି ଘଟାଇନଥାଏ । ହଣ୍ଟର କିଲର ଡ୍ରୋନକୁ କାତାର ସ୍ଥିତ ଆମେରିକାର ସେଣ୍ଟ୍ରାଲ କମାଣ୍ଡରୁ ପ୍ରେରଣ କରାଯାଇଥିଲା ।

ସମ୍ବନ୍ଧିତ ଖବର