୩୮ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡ଼ିଶା ମଣ୍ଡପ ଉଦ୍‌ଘାଟିତ

ନୂଆଦିଲ୍ଲୀ : ପ୍ରଗତି ମଇଦାନ୍‌ରେ ଆଜିଠୁ ଆରମ୍ଭ ହୋଇଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ୩୮ ତମ ସଂସ୍କରଣରେ ଓଡ଼ିଶା ମଣ୍ଡପ ଉଦ୍‌ଘାଟିତ ହୋଇଛି। ଓଡ଼ିଶା ମଣ୍ଡପକୁ ମୁଖ୍ୟ ଆବାସିକ କମିସନର ଡ. ସୁନୀଲ କୁମାର ଭାର୍ଗବ ଉଦ୍‌ଘାଟନ କରିଛନ୍ତି। ଚଳିତବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଥିମ୍‌ ‘ଭାରତରେ ଗ୍ରାମୀଣ ‌ଉଦ୍ୟୋଗ’କୁ ନେଇ ଓଡ଼ିଶା ମଣ୍ଡପର ସାଜସଜା କରାଯାଇଛି। ଓଡ଼ିଶା ମଣ୍ଡପରେ ଏମ୍‌ଏସଏମ୍‌ଇ ବିଭାଗ, ଶିଳ୍ପବିଭାଗ ସହ ହସ୍ତତନ୍ତ, ବୟନଶିଳ୍ପ ଓ କ୍ଷୁଦ୍ରଶିଳ୍ପ ବିଭାଗର ପାଖାପାଖି ୨୨ଟି ଷ୍ଟଲ୍‌ ପ୍ରଦର୍ଶିତ କରାଯାଇଛି। ପ୍ରଗତି ମଇଦାନ୍‌ର ହଂସଧ୍ବନୀ ଥିଏଟର୍‌ରେ ଚଳିତ ମାସ ୨୧ ତାରିଖରେ ଓଡ଼ିଶା ରାଜ୍ୟ ଦିବସ ପାଳନ କରାଯିବ ଯେଉଁଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଓଡ଼ିଶା ମଣ୍ଡପ ଉଦ୍‌ଘାଟନ ଅବସରରେ ପ୍ରମୁଖ ଆବାସିକ କମିସନର ବିପିନ୍‌ ସାକ୍ସେନା, ଆବାସିକ କମିସନର ସଂଜୀବ ମିଶ୍ର, ଯୁଗ୍ମ ଆବାସିିକ କମିସନର ରୀନା ମହାପାତ୍ର, ଓଏସଡି ସୁଚରିତା ଷଡ଼ଙ୍ଗୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିରଂଜନ ସେଠୀ, ଉପ ନିର୍ଦ୍ଦେଶକ ବିପିନ ବିହାରୀ ବାରିକ ଓ ତପନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ‌େମଳା ଆସନ୍ତା ୨୭ରେ ଉଦ୍‌ଯାପନ ହେବ।

ସମ୍ବନ୍ଧିତ ଖବର