ଭାରତ ଆମର ଭାଇ, ଚୀନ ଆମ ମାଉସୀ ପୁଅ ଭାଇ..

ବେଜିଂ: ଚୀନ ଆମର ମାଉସୀ ପୁଅ ଭାଇ, କିନ୍ତୁ ଭାରତ ଆମର ନିଜ ଭାଇ ବୋଲି କହିଛି ମାଳଦ୍ୱୀପ । ଚୀନ ସହ ବନ୍ଧୁତା ନେଇ ଭାରତ କ୍ଷୁବ୍ଧ ଥିବାରୁ ଏହି ଭାରତ ମହାସାଗରୀୟ ଦେଶ ଏବେ ସ୍ଥିତି ସୁଧାରିବା ପାଇଁ ଉଦ୍ୟମ କରୁଛି । ଉଭୟ ଦେଶ ମଧ୍ୟରେ ଏକ ଭାରସାମ୍ୟ ରକ୍ଷା କରିବାକୁ ଚାହୁଁଛି ଏହି ଦେଶ ।

ଚୀନରେ ଅବସ୍ଥାପିତ ମାଳଦ୍ୱୀପର ରାଷ୍ଟ୍ରଦୂତ ମହମ୍ମଦ ଫୈଜାଲ କହିଛନ୍ତି ଯେ ଚୀନ ଆମର ମାଉସୀ ପୁଅ ଭାଇ, ବହୁତ ଦିନ ଧରି ଦହିଯାଇଥିଲା ଏବେ ମିଳିଛି । ହଂକଂର ପ୍ରମୁଖ ସମ୍ବାଦପତ୍ର ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଚୀନ ମାଳଦ୍ୱୀପକୁ ସାହାଯ୍ୟ କରିବାକୁ ଚାହୁଁଛି । ଏହାକୁ ମାଳଦ୍ୱୀର ସ୍ୱାଗତ କରିବ । କିନ୍ତୁ ଏହାକୁ ନେଇ ଆମ ଦେଶ ଭାରତ ଓ ଚୀନ ମଧ୍ୟରେ ଫସିଯିବାର ଆଶଙ୍କା ରହିଛି । ଏହି ବିପଦକୁ ନେଇ ଆମେ ସଚେତନ ଅଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଆମର ଭାଇ, ଆମେ ମଝିରେ ମଝିରେ କଳି କରୁ । କିନ୍ତୁ ପରେ ବସି ବିବାଦର ସମାଧାନ ବାହାର କରୁ ।
। ସୂଚନାଯୋଗ୍ୟ ଯେ ଦୀର୍ଘ ୪୫ ଦିନ ପରେ ଗତକାଲି ମାଳଦ୍ୱୀପରୁ ଧରି ଜରୁରୀ ପରିସ୍ଥିତି ପ୍ରତ୍ୟାହୃତ ହୋଇଛି । ଗତ ଫେବ୍ରୁଆରୀ ୫ ତାରିଖରେ ମାଳଦୀପର ସୁପ୍ରିମକୋର୍ଟ ଜେଲରେ ଥିବା ୯ଜଣ ରାଜନୈତିକ ନେତାଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଷ୍ଟ୍ରପତି ୟମିନ ଏହାକୁ ମାନିବାକୁ ମନା କରି ଜରୁରୀପରିସ୍ଥିତି ଲଗାଇଥିଲେ । ଏହା ସହିତ ବିରୋଧୀ ଦଳ ନେତା ଓ ବିଚାରପତିମାନଙ୍କୁ ଜେଲରେ ପୁରାଇଥିଲେ । ଏହି ୯ ଜଣଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଗୟୁମ ଓ ଦୁଇ ଜଣ ବିଚାରପତି । ଫେବ୍ରୁଆରୀ ୨୦ରେ ସେ ଜରୁରୀ ପରିସ୍ଥିତିକୁ ମାସ ପାଇଁ ବଢାଇଦେଇଥିଲେ ।

ସମ୍ବନ୍ଧିତ ଖବର