ତୁର୍କୀ ବିରୁଦ୍ଧରେ କଠୋର ହେଲା ଭାରତ : ସେଠାକୁ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କୁ ସତର୍କ କରାଗଲା

ନୂଆଦିଲ୍ଲୀ : ତୁର୍କି ସବୁବେଳେ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଥିବାରୁ ନୂଆଦିଲ୍ଲୀ ନିଜର ଆଭିମୁଖ୍ୟକୁ କଠୋର କରିିଛି । ତୁର୍କୀକୁ ସାବାଡ କରିବାକୁ ଭାରତ କେତେକ ପଦକ୍ଷେପ ଗ୍ରହଣ କରିଛି । ଭାରତ ସରକାର ତୁର୍କୀକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକୁ ବନ୍ଦ କରିବାକୁ ବିଚାର କରୁଛନ୍ତି । ଆହୁରି ମଧ୍ୟ ତୁର୍କୀ ଭ୍ରମଣ ପାଇଁ ଇଚ୍ଛୁକ ଭାରତୀୟ ପର୍ଯ୍ୟଟକମାନଙ୍କ ପାଇଁ ଭାରତ ସରକାର କେତେକ ପରାମର୍ଶ ଜାରି କରିଛନ୍ତି ।

ତୁର୍କୀକୁ ଯିବାପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ଏହି ପରାମର୍ଶ ବା ଆଡଭାଇଜରୀ ଜାରି କରିଛନ୍ତି ଅଙ୍କାରାରେ ଥିବା ଭାରତୀୟ ଦୂତାବାସ । ତୁର୍କୀରେ ଏପର୍ଯ୍ୟନ୍ତ ଭାରତୀୟ ନାଗରିକଙ୍କ ଉପରେ ସେପରି କୌଣସି ଅପ୍ରିତିକର ଘଟଣା ଘଟିନାହିଁ । ତଥାପି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଭାରତ ସରକାରଙ୍କ ଏହି ସତର୍କତା ପରେ ତୁର୍କୀକୁ ଭାରତୀୟ ପର୍ଯ୍ୟଟକଙ୍କ ଆଗମନ କମିବା ସମ୍ଭାବନା ରହିଛି ।

କିଛିଦିନ ତଳେ ସିରିଆ ଉପରେ ତୁର୍କୀର ଆକ୍ରମଣକୁ ଭାରତ ଖୋଲାଖୋଲି ବିରୋଧ କରିଥିଲା । ସେହିପରି ତୁର୍କୀର କମ୍ପାନି ଆନାଡୋଲୁ ସିପୟାର୍ଡକୁ ଭାରତୀୟ ନୌସେନା ପାଇଁ ଦିଆଯିବାକୁ ଥିବା କଣ୍ଟ୍ରାକ୍ଟରୁ ବାଦ ଦିଆଯାଇଛି ।

ସମ୍ବନ୍ଧିତ ଖବର