ଶ୍ରୀଲଙ୍କାରେ ଚୀନର ପ୍ରଭାବକୁ ହ୍ରାସ କରିବାକୁ ହାତ ମିଳାଇଲେ ଭାରତ ଓ ଜାପାନ

କଲୋମ୍ବୋ : ଶ୍ରୀଲଙ୍କାରେ ଚୀନର ଉପସ୍ଥିତିକୁ ନେଇ ଉଭୟ ଭାରତ ଓ ଜାପାନ ଚିନ୍ତିତ ଅଛନ୍ତି । କାରଣ ଏ ଅଞ୍ଚଳରେ ଚୀନର ଉପସ୍ଥିତି ଅବାଧ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ପ୍ରଭାବିତ କରିବ । ଶ୍ରୀଲଙ୍କାରେ ଚୀନର ପ୍ରଭାବକୁ ହ୍ରାସ କରିବା ପାଇଁ ଭାରତ ଓ ଜାପାନ ମିଳିତଭାବେ କଲମ୍ବୋ ବନ୍ଦରରେ ଏକ ଟର୍ମିନାଲର ବିକାଶ କରିବେ । କଲମ୍ବୋ ବନ୍ଦରର ଦକ୍ଷିଣରେ ନିର୍ମାଣ ହେବାକୁ ଥିବା ଏହି ଟର୍ମିନାଲରେ ବୃହତ କଣ୍ଟେନର ପ୍ରବେଶ କରିପାରିବ । ଆଗାମୀ କିଛି ମାସ ମଧ୍ୟରେ ଭାରତ, ଜାପାନ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ହାମ୍ବନତୋଟା ବନ୍ଦରର ପରିଚାଳନା ପାଇଁ ଶ୍ରୀଲଙ୍କା ଚୀନକୁ ୯୯ ବର୍ଷିଆ ଲିଜ ସୁତ୍ରରେ ପ୍ରଦାନ କରିଛି । ଶ୍ରୀଲଙ୍କା ସରକାର ଚୀନଠାରୁ ଆଣିଥିବା ୧ ବିଲିୟନ ଡଲାର (୧୦୦ କୋଟି ଡଲାର) ପରିଶୋଧ କରିପାରୁନଥିବାରୁ ଚୀନ ହାତକୁ ଏହି ବନ୍ଦରକୁ ଟେକି ଦେଇଛନ୍ତି । ଶ୍ରୀଲଙ୍କାର ଏହି ପଦକ୍ଷେପ ଦ୍ୱାରା ଭାରତର ସୁରକ୍ଷା ପ୍ରତି ଗୁରୁତର ବିପଦର ଆଶଙ୍କା ଦେଖାଦେଇଛି । ଦୁଇଟି ଚାଇନା କମ୍ପାନି ହାମ୍ବନତୋଟା ଇଣ୍ଟରନାସନାଲ ପୋର୍ଟ ଗ୍ରୁପ ଓ ହାମ୍ବନତୋଟା ପୋର୍ଟ ସର୍ଭିସେସ୍ ଏହି ବନ୍ଦର ଓ ତାଚାରିପଟେ ଥିବା ଇନଭେଷ୍ଟମେଣ୍ଟ ଅଞ୍ଚଳକୁ ନିଜ ମାଲିକାନାକୁ ନେବ । ଏହି ଦୁଇଟି କମ୍ପାନି ଚାଇନା ମର୍ଚାଣ୍ଟ ପୋର୍ଟ ହୋଲଡିଂସ କମ୍ପାନି ଓ ଶ୍ରୀଲଙ୍କା ପୋର୍ଟ ହୋଲଡିଂସ ଦ୍ୱାରା ପରିଚାଳିତ ।

ସମ୍ବନ୍ଧିତ ଖବର