ଭାରତ ଲଞ୍ଚ୍ କଲା କରୋନାଭାଇରସ୍ କୋଭିଡ୍-୧୯ ଫେସବୁକ୍ ଓ ମେସେଞ୍ଜର୍ ଚାଟବଟ୍ ହେଲ୍ପଡେସ୍କ

ନୂଆଦିଲ୍ଲୀ: କୋଭିଡ୍-୧୯ ବିଷୟରେ ସଦ୍ୟ-ସୂଚନା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ମାଇଁଗଭ୍ ଫେସବୁକ୍ ମେସେଞ୍ଜରରେ ଏକ କରୋନାଏଚ ହେଲପଡେସ୍କ ଚାଟବଟ୍ ଆରମ୍ଭ କରିଛନ୍ତି ।

ମାରାତ୍ମକ କରୋନାଭାଇରସ୍ ବ୍ୟାପିବା ଉପରେ ରୋକ ଲଗାଇବାକୁ କ’ଣ କରିବେ କ’ଣ ନ କରିବେ ତାହା ମଧ୍ୟ କରୋନା ହେଲପ୍ ଡେସ୍କ୍ ଚାଟବଟରେ ଉପଲବ୍ଧ ହେବ । “ମାଇଁଗଭ’ର ସିଇଓ ଅଭିଷେକ ସିଂହ ଟୁଇଟ୍ କରି ଏ କଥା ସେୟାର୍ କରିଛନ୍ତି ।

ସେ ଲେଖିଛନ୍ତି: ସଦ୍ୟତମ ସୂଚନା ଦେବାକୁ ଏବଂ କୋଭିଡ୍-୧୯ ସଂକ୍ରମଣ ରୋକିବାକୁ କରିବା ନ କରିବା ସଂକ୍ରାନ୍ତରେ ସୂଚନା ଦେବାକୁ “ମାଇଁଗଭ୍’ ଫେସବୁକ୍ ମେସେଞ୍ଜରରେ ତା’ର କରୋନା ହେଲପଡେସ୍କ ଚାଟବଟ୍ ଆରମ୍ଭ କରିଛି । https://facebook.com/MyGovIndia/ ରେ “ମାଇଁଗଭ୍’ ଫେସବୁକ୍ ଭଳି http://M.me/MyGovIndia ରେ ଚାଟବଟ୍ ଚେକ୍ କରିପାରିବେ ।

କୋଭିଡ୍-୧୯ ମହାମାରୀ ବିଷୟରେ ସଚେତନତା ଏବଂ ପ୍ରଶ୍ନର ଉତ୍ତର ଦେବାକୁ ପୂର୍ବରୁ ସରକାର ହ୍ୱାଟସଆପ୍ ସହଯୋଗରେ ଏକ ହେଲପଲାଇନ୍ ନମ୍ବର ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର