ମହାକାଶକୁ ଗଲା ଭାରତର ଶକ୍ତିଶାଳୀ ରକେଟ ଜିଏସଏଲଭି-ମାକ୍‌-୩, କକ୍ଷ ପଥରେ ସ୍ଥାପିତ ହେଲା ସବୁଠୁ ଓଜନିଆ ଉପଗ୍ରହ ଜିସ୍ୟାଟ୍‌-୨୯

ଶ୍ରୀହରିକୋଟା : ଭାରତର ସବୁଠୁ ଶକ୍ତିଶାଳୀ ମହାକାଶ ଯାନ ଜିଏସଏଲଭି-ମାକ-୩ (ଜିଓସିଂକ୍ରୋନସ ସାଟେଲାଇଟ ଲଞ୍ଚ ଭେହିକ୍ଲ) ମାଧ୍ୟମରେ ଏକ ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ ଜିସ୍ୟାଟ୍‌-୨୯କୁ ମହାକାଶକୁ ଛଡାଯାଇଛି । ଆଜି ସ୍ଥାନୀୟ ସତୀଶ ଧଓ୍ଵନ ମହାକାଶ ଗବେଷଣା କେନ୍ଦ୍ରରୁ ସଂଧ୍ୟା ୫ଟା୦୮ ମିନିଟରେ ଏହି ରକେଟକୁ  ଛଡାଯାଇଛି । ଏହି ରକେଟ ପ୍ରକ୍ଷେପଣ ଉପରେ ସମସ୍ତଙ୍କ ନଜର ରହିଥିଲା, କାରଣ ଏହି ଶକ୍ତିଶାଳୀ ରକେଟ ଦ୍ୱାରା ଭାରତର ମାନବ ମିଶନକୁ  କାର୍ଯ୍ୟକାରୀ କରାଯିବ । ଅର୍ଥାତ ଏହି ଜିଏସଏଲଭି-ମାକ-୩ ମାଧ୍ୟମରେ ହିଁ ଭାରତ ୨୦୨୨ରେ ମହାକାଶକୁ ମଣିଷ ପଠାଇବ ।

ଏହି ରକେଟଟି ଉତକ୍ଷେପଣର ମାତ୍ର ୧୬ ମିନିଟରେ ହିଁ  ଜିସ୍ୟାଟ୍‌-୨୯କୁ ନିଜ କକ୍ଷପଥରେ ସ୍ଥାପନ କରିଛି । ଜିସ୍ୟାଟ-୨୯ର ଓଜନ ହେଉଛି  ୩୪୨୩ କିଲୋଗ୍ରାମ ।  ଆଜି ଥିଲା ଜିଏସଏଲଭି ମାକ-୩ର ୨ୟ  ପରୀକ୍ଷାମୂଳକ ଉତକ୍ଷେପଣ । ଭାରତ ଆସନ୍ତା ୨୦୨୨ରେ ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି । ଋଷ ସହାୟତାରେ ଭାରତ ଏହି ମିଶନକୁ ସଫଳ କରିବାକୁ ଉଦ୍ୟମ କରୁଛି ।

ସମ୍ବନ୍ଧିତ ଖବର