କରୋନାଭାଇରସ୍ ସମ୍ବନ୍ଧୀୟ ସଦ୍ୟ-ସୂଚନା ପାଇଁ ଭାରତ ସରକାର ଆରମ୍ଭ କଲେ ‘ଟେଲିଗ୍ରାମ୍ ଚାନେଲ୍’

ନୂଆଦିଲ୍ଲୀ: କରୋନାଭାଇରସ୍ ଏବଂ ଭାରତରେ ଏହାର ବ୍ୟାପ୍ତି ସମ୍ବନ୍ଧୀୟ ସଦ୍ୟ-ସୂଚନା ଦେବା ନିମନ୍ତେ ଭାରତ ସରକାର ‘ଟେଲିଗ୍ରାମ୍ ଆପ୍’ରେ ଏକ ଚାନେଲ୍ ଆରମ୍ଭ କରିଛନ୍ତି ।

ଏହି ଟେଲିଗ୍ରାମ୍ ଗ୍ରୁପର ନାଁ ରଖାଯାଇଛି “ମାଇଁଗଭ୍ କରୋନା ନିଉଜଡେସ୍କ’ । ସଂକ୍ରମଣ ବିଷୟରେ ସଠିକ୍ ସଦ୍ୟ-ସୂଚନା ଏବଂ ଭୂତାଣୁ କବଳରୁ ସୁରକ୍ଷିତ ରହିବାକୁ ଗ୍ରହଣ କରିବାକୁ ଥିବା ପ୍ରତିଷେଧମୂଳକ ପଦକ୍ଷେପ ସମ୍ବନ୍ଧରେ ତଥ୍ୟ ଯୋଗାଇବା ଏହାର ଲକ୍ଷ୍ୟ । ନୂଆ ଯୋଜନା ଏବଂ ପ୍ରଧାମନ୍ତ୍ରୀଙ୍କ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ମଧ୍ୟ ଏହି ଗ୍ରୁପରେ ସେୟାର୍ କରାଯିବ ।

Image Source: Business Standard

କରୋନାଭାଇରସ୍ ସମ୍ବନ୍ଧୀୟ ସମସ୍ତ ସଦ୍ୟ-ସୂଚନା ପାଇବାକୁ ଯେକୌଣସି ବ୍ୟକ୍ତିବିଶେଷ ଭାତର ସରକାରଙ୍କ ଅଫିସିଆଲ୍ ଟେଲିଗ୍ରାମ୍ ଚାନେଲ ଟ୍ୟାପ୍ କରିପାରିବେ । Tap:https://t.me/MyGovCoronaNewsdesk, then tap ‘Join’.

ଅଳ୍ପ କିଛି ଦିନ ତଳେ ଏହିଭଳି ଗୋଟାଏ ହ୍ୱାଟସଆପ୍ ଗ୍ରୁପ୍ ମଧ୍ୟ କରାଯାଇଥିଲା । ସାମାଜିକ ଗଣମାଧ୍ୟମରେ ସଂପ୍ରସାରିତ ହେଉଥିବା ଗୁଜବ ସବୁକୁ ପ୍ରତିହତ କରି ସଦ୍ୟତମ ସରକାରୀ ସୂଚନା ପ୍ରସାରଣ କରିବା ଥିଲା ଏହି ଗ୍ରୁପର ଲକ୍ଷ୍ୟ ।

ସମ୍ବନ୍ଧିତ ଖବର