ଯାତ୍ରା ଆରମ୍ଭ କଲା ଭାରତରୁ ସବୁଠାରୁ ଦାମୀ ଟ୍ରେନ୍‌, ଗୋଟିଏ ରାତି ପାଇଁ ଭଡ଼ା ୪୦,୦୦୦ ଟଙ୍କା

ନୂଆଦିଲ୍ଲୀ : ଭାରତର ବିଳାସପୂର୍ଣ୍ଣ ଟ୍ରେନ୍‌ ରୟାଲ ପ୍ୟାଲେସ୍‌ ଅନ୍‌ ହ୍ଵିଲ୍‌ସ ଚଳିତ ବର୍ଷର ପ୍ରଥମ ଯାତ୍ରା ଆରମ୍ଭ କରି ସାରିଛି । ବୁଧବାର ଦିଲ୍ଲୀର ସଫଦରଗଞ୍ଜ ରେଳ ଷ୍ଟେସନରୁ ଟ୍ରେନଟି ଯାତ୍ରା ଆରମ୍ଭ କରିଛି । ସେପ୍ଟେମ୍ବରରୁ ଅପ୍ରେଲ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍‌ର ପ୍ରଥମ ଯାତ୍ରାରେ ୩୨ଜଣ ଯାତ୍ରା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ରୟାଲ ପ୍ୟାଲେସ୍‌ ଅନ୍‌ ହ୍ଵିଲ୍‌ସ କାର୍‌ପେଟ୍‌ଠାରୁ ଆରମ୍ଭ କରି ଭିତରର ସବୁ ଜିନିଷକୁ ବଦଳାଇ ଦିଆଯାଇଛି ।

bhaskar.com

ଯାତ୍ରୀମାନଙ୍କୁ ଏକ ନୂଆ ଅନୁଭବ ଦେବା ପାଇଁ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି । ରୟାଲ ପ୍ୟାଲେସ୍‌ ଅନ୍‌ ହ୍ଵିଲ୍‌ସରେ ଗୋଟେ ରାତି ବିତାଇବା ପାଇଁ ୪୦,୦୦୦ ଟଙ୍କା ଭଡ଼ା ରଖା ଯାଇଛି । ଏହି ଦର କେବଳ ସେପ୍ଟେମ୍ବର ୨୦୧୮ ଏବଂ ଅପ୍ରେଲ ୨୦୧୯ ପାଇଁ ରଖା ଯାଇଥିବା ବେଳେ ଅକ୍ଟୋବର ୨୦୧୮ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ଏହାର ଭଡ଼ା ୪୫ହଜାର ରହିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର