ତାଲିବାନକୁ ରାଜନୈତିକ ମାନ୍ୟତା ଦେବନାହିଁ ଭାରତ

ମସ୍କୋ : ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାକୁ ଫଳପ୍ରଦ କରିବା ପାଇଁ ଗତକାଲି ରୁଷ୍‌ର ରାଜଧାନୀ ମସ୍କୋରେ ଅନୁଷ୍ଠିତ ବୈଠକ ନେଇ ଆଜି ଭାରତ ସ୍ଥିତି ସ୍ପଷ୍ଟ କରିଛି। ଏହି ବୈଠକରେ ତାଲିବାନ ପ୍ରତିନିଧିଙ୍କ ଉପସ୍ଥିତିରେ ଭାରତ ସାମିଲ ହୋଇଥିଲେ ମଧ୍ୟ ତାଲିବାନକୁ ରାଜନୈତିକ ମାନ୍ୟତା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ଭାରତ କହିଛି। କାନ୍ଦାହାର କାଣ୍ଡଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ତାଲିବାନୀ ଆତଙ୍କବାଦକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

ସମ୍ବନ୍ଧିତ ଖବର