ଅନୁପ୍ରବେଶ ରୋକିବାକୁ ବାଂଲାଦେଶ ସୀମାନ୍ତରେ କାର୍ଯ୍ୟକ୍ଷମ ହେଲା ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼

0 302

ନୂଆଦିଲ୍ଲୀ: ଦେଶ ମଧ୍ୟକୁ ହେଉଥିବା ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଦେଶର ସୀମାନ୍ତରେ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼କୁ ଆଜି ଠାରୁ ସୀମାନ୍ତରେ କାର୍ଯ୍ୟକ୍ଷମ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବୁଧବାର ଦିନ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼କୁ ବାଂଲାଦେଶକୁ ଲାଗି ରହିଥିବା ଆସାମ ସୀମାନ୍ତରେ କାର୍ଯ୍ୟକ୍ଷମ କରାଯିବା ପରେ ସୀମାପାର ଅନୁପ୍ରବେଶକୁ ସଂପୂର୍ଣ୍ଣ ରୂପେ ରୋକା ଯାଇପାରିବ ବୋଲି ଆଶାବ୍ୟକ୍ତ କରିଛି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)। ପରବର୍ତ୍ତୀ ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼କୁ ପାକିସ୍ତାନକୁ ଲାଗି ରହିଥିବା ସୀମାରେ ଲଗାଯିବା ପାଇଁ ଯୋଜନା ରହିଛି ବୋଲି ସୂଚନା ଦେଇଛି ବିଏସ୍‌ଏଫ୍‌।

ଆଜି ସୀମାନ୍ତରେ କାର୍ଯ୍ୟକ୍ଷମ ହୋଇଥିବା ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼ରେ ସ୍ୱୟଂଚାଳିତ ନୀରିକ୍ଷକ ଜ୍ଞାନକୌଶଳ ସହ ବଳପୂର୍ବକ ଏହାକୁ ଅତିକ୍ରମ କରିବାକୁ ଚେଷ୍ଟା କଲେ ବିପଦ କାଳିନ ଘଣ୍ଟି ବାଜିବା ସହ ଏହା ନିକଟତର ହେଲେ ମଧ୍ୟ ସେସମ୍ପର୍କିତ ସୂଚନା ବିଏସ୍‌ଏଫ୍‌ ପୋଷ୍ଟକୁ ପଠାଇବା ପରି ଅନେକ ଅତ୍ୟାଧୁନିକ ଓ ସ୍ୱୟଂଚାଳିତ ବ୍ୟବସ୍ଥା ରହିଛି। ତେବେ, ଦେଶର ସୁରକ୍ଷା କ୍ଷେତ୍ରରେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇଥିବା ଦୃଷ୍ଟିରୁ ଏଥିରେ ଆଉ କି କି ସୁରକ୍ଷା ବ୍ୟବସ୍ଥା ସେ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ବିଏସ୍‌ଏଫ୍‌ ମନା କରିଦେଇଛି। ତେବେ, ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼ର କାର୍ଯ୍ୟକାରିତାକୁ ସମୀକ୍ଷା କରାଯିବା ପରେ ଏହାକୁ ଦେଶର ସମସ୍ତ ସୀମାନ୍ତରେ ଲଗାଯିବ ବୋଲି କହିଛି ବିଏସ୍‌ଏଫ୍‌।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 + 13 =