ପରସ୍ପର ଉପରକୁ କ୍ଷେପଣାସ୍ତ୍ର ପକାଇବାକୁ ଧମକ ଦେଇଥିଲେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ: ଗତ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ନିୟନ୍ତ୍ରଣ ବାହାରକୁ ଯାଉଥିବା ସମୟରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଜନ୍‌ ବୋଲ୍‌ଟନ୍‌ଙ୍କ ଭଳି ଯୁକ୍ତରାଷ୍ଟ୍ର ଆମେରିକୀୟ ଅଧିକାରୀମାନଙ୍କ ହସ୍ତକ୍ଷେପ ଫଳରେ ଗୋଟାଏ ବିରାଟ ସଂଘର୍ଷକୁ ଏଡ଼ାଇ ଦିଆ ଯାଇପାରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଗୋଟିଏ ସମୟରେ ଭାରତ ପାକିସ୍ତାନ ଉପରକୁ ୬ଟି କ୍ଷେପଣାସ୍ତ୍ର ଛାଡ଼ିବ ବୋଲି ଧମକ ଦେଇଥିଲା ଏବଂ ଏହାର ଜବାବରେ ପାକିସ୍ତାନ ତିନିଗୁଣା କ୍ଷେପଣାସ୍ତ୍ର ପକାଇବ ବୋଲି ଧମକ ଦେଇଥିବା କଥା ଦିଲ୍ଲୀ ଓ ଇସ୍‌ଲାମାବାଦ୍‌ ଏବଂ ଓ୍ଵାସିଂଟନ୍‌ସ୍ଥିତ ପାଶ୍ଚାତ୍ୟ କୂଟନୀତିଜ୍ଞ ଏବଂ ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଧମକ ସେପଟକୁ କଥା ଯାଇ ନ ଥିଲେ ବି ଓ୍ଵାସିଂଟନ୍‌, ବେଜିଙ୍ଗ୍‌ ଏବଂ ଲଣ୍ଡନରେ ସରକାରୀ ପରିସରରେ ତତ୍ପରତା ପ୍ରକାଶ ପାଇଥିଲା। ୨୦୦୮ ପରଠାରୁ ଦକ୍ଷିଣ ଏସିଆରେ ଉପୁଜିଥିବା ଗରୁତ୍ୱପୂର୍ଣ୍ଣ ସାମରିକ ସଙ୍କଟଗୁଡ଼ିକୁ ଅନୁଧ୍ୟାନ କରି ସେଥିରେ ଉଭୟ ପଟର କୂଟନୈତିକ ଉଦ୍ୟମ ବଳରେ ତାହା ହ୍ରାସ ପାଇଥିବା ଜାଣିପାରିଛି ସମ୍ବାଦ ସରବରାହ ସଂସ୍ଥାନ ରଏଟର୍ସ।

ଫେବ୍ରୁଆରି ୨୭ ତାରିଖ ଦିନ କଶ୍ମୀର ଠାରେ ପାକିସ୍ତାନ ଓ ଭାରତ ଯୁଦ୍ଧବିମାନ ପରସ୍ପରକୁ ଗୋଡ଼ାଗୋଡ଼ି କରିବା ପରେ ବିବାଦ ଉଗ୍ରରୂପ ନେଇଥିଲା। ୧୯୭୧ ମସିହାରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରଥମ କରି ପାକିସ୍ତାନ କୌଣସି ଭାରତୀୟ ଯୁଦ୍ଧବିମାନକୁ ଖସାଇ ତା’ର ଚାଳକଙ୍କୁ ବନ୍ଦୀ କରିଥିଲା।

ସେଦିନ ସନ୍ଧ୍ୟାରେ ଭାରତୀୟ ଜାତୀୟ ନିରାପତ୍ତା ଉପଦେଷ୍ଟା ପାକିସ୍ତାନର ଆଇଏସ୍‌ଆଇ ମୁଖ୍ୟ ଅସୀମ ମୁନିରଙ୍କୁ କହିଥିଲେ କି, ଭାରତର ସଂଗ୍ରାମ ଆତଙ୍କବାଦୀ ସଂଗଠନ ବିରୋଧରେ।

ସମ୍ବନ୍ଧିତ ଖବର