ଏପ୍ରିଲ ୧୬-୨୦ ମଧ୍ୟରେ ଭାରତ ଆଉ ଏକ ଆକ୍ରମଣ କରିପାରେ : ପାକ୍‌ ବିଦେଶମନ୍ତ୍ରୀ

ଇସ୍ଲାମାବାଦ : ଆସନ୍ତା ଏପ୍ରିଲ ୧୬ରୁ ୨୦ ମଧ୍ୟରେ ଭାରତ ପାକିସ୍ତାନ ଉପରେ ପୁଣି ଥରେ ଆକ୍ରମଣ କରିପାରେ ବୋଲି ପାକିସ୍ତାନର ଦୈନିକ ସମ୍ବାଦପତ୍ର ଡନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀଙ୍କୁ ବକ୍ତବ୍ୟକୁ ଉଦ୍ଧାର କରି କହିଛି । ସେ କହିଛନ୍ତି ଯେ ଭାରତ ଆକ୍ରମଣ କରିବା ଲାଗି ପ୍ରସ୍ତୁତି କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ରହିଛି । ପାକିସ୍ତାନ ଉପରେ କୂଟନୈତିକ ଚାପ ବଢାଇବା ପାଇଁ ଭାରତ ଏହି ଯୋଜନା କରୁଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ୧୪ରେ ପୁଲଓ୍ଵାମା ଆକ୍ରମଣ ପରେ ତାହାର ଜବାବ ଭାରତ ପାକିସ୍ତାନର ବାଲାକୋଟ ଉପରେ ବିମାନ ଆକ୍ରମଣ କରି କରିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭାରତ ଉପରେ ଚାପ ସୃଷ୍ଟି କରିବାକୁ ପାକିସ୍ତାନ ନିଜର ଏକମାତ୍ର କାର୍ଯ୍ୟକ୍ଷମ ବୁଡ଼ାଜାହଜକୁ ଭାରତର ପଶ୍ଚିମ ଉପକୂଳକୁ ପଠାଇଥିଲା । କିନ୍ତୁ ଏହା ଭାରତୀୟ ନୌସେନାର ସତର୍କ ପ୍ରହରାରୁ ବର୍ତ୍ତି ପାରିନଥିଲା । ଅଗତ୍ୟା ଏହା ଫେରିଯାଇଥିଲା ।

ସମ୍ବନ୍ଧିତ ଖବର