୨୦୨୫ ସୁଦ୍ଧା ମହାକାଶରେ ଭାରତର ୧୦୦ଟି ସାଟେଲାଇଟ ଥିବ

ନୂଆଦିଲ୍ଲୀ : ଆସନ୍ତା ୨୦୨୫ ସୁଦ୍ଧା ମହାକାଶରେ ଭାରତର ପ୍ରାୟ ୧୦୦ଟି ଉପଗ୍ରହ ପୃଥିବୀ ପରିକ୍ରମା କରୁଥିବ । ଏହି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଭାରତ ସରକାର । ଏ ସଂପର୍କରେ ରାଷ୍ଟ୍ରୀୟ ସୁରକ୍ଷା ଉପ-ପରାମର୍ଶଦାତା ପଙ୍କଜ ସରନ କହିଛନ୍ତି ଯେ ଏବେ ଆମର ୪୯ଟି ସାଟେଲାଇଟ ବା ଉପଗ୍ରହ ଥିବାବେଳେ ୨୦୨୫ ସୁଦ୍ଧା ତାହା ୧୦୦କୁ ବୃଦ୍ଧିପାଇବ । ଆମେ ମଧ୍ୟ ଆମ ସାଟେଲାଇଟର ସୁରକ୍ଷା କରିବା କ୍ଷମତା ହାସଲ କରିପାରିଛୁ ।
ସୂଚନାଯୋଗ୍ୟ ଯେ ଆଗକୁ ମହାକାଶରେ ଅଧିକ ସଂଖ୍ୟକ ସାମରିକ ଉପଗ୍ରହ ପଠାଇବାକୁ ଭାରତ ଯୋଜନା ଚୂଡ଼ାନ୍ତ କରୁଛି । କେବଳ ଚଳିତ ବର୍ଷ ୫ଟି ସାମରିକ ଉପଗ୍ରହ ପଠାଯିବ । ଏହି ୫ଟି ମଧ୍ୟରୁ ୪ଟି ରିସ୍ୟାଟ ଉପଗ୍ରହ ଓ ଗୋଟିଏ କାର୍ଟସ୍ୟାଟ-୩ ଉପଗ୍ରହ ରହିଛି । ପୂର୍ବରୁ ପଠାଯାଇଥିବା ରିସ୍ୟାଟ ଉପଗ୍ରହ ଦ୍ୱାରା ଉତ୍ତୋଳିତ ଫଟୋଚିତ୍ରକୁ ବ୍ୟବହାର କରି ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ ଓ ଚଳିତ ବର୍ଷ ହୋଇଥିବା ଏୟାରଷ୍ଟ୍ରାଇକ କରାଯାଇଥିଲା । ପଠାଯିବାକୁ ଥିବା ନୂଆ ରିସ୍ୟାଟ୍‌ ଉପଗ୍ରହ ଗୁଡ଼ିକ ପୁରୁଣା ରିସ୍ୟାଟ ଅପେକ୍ଷା ଅଧିକ ଶକ୍ତିଶାଳୀ । ଏତେ ଶକ୍ତିଶାଳୀ ଯେ ଭୂପୃଷ୍ଠରେ ଥିବା ୨୦ ସେମି ବ୍ୟାସ ବିଶିଷ୍ଟ ଅଂଚଳର ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିପାରିବ ।

ସମ୍ବନ୍ଧିତ ଖବର