ପରୀକ୍ଷା ପାଇଁ ଏରିଏନ୍‌ସ୍ପେସ୍‌ ରକେଟ୍‌ ପୋର୍ଟରୁ ଭାରତ ଫେରାଇ ଆଣିଲା ଜିସ୍ୟାଟ୍‌-ଇଲେଭେନ୍‌ ସାଟେଲାଇଟ୍‌

ଚେନ୍ନାଇ: ଫ୍ରେଞ୍ଚ୍‌ ଗାଇନା ଅନ୍ତର୍ଗତ କୋରୋ ରକେଟ୍‌ ପୋର୍ଟ ଏରିଏନ୍‌ସ୍ପେସ୍‌ରୁ ଭାରତ ତା’ର ଯୋଗାଯୋଗ ସାଟେଲାଇଟ୍‌ ‘ଜିସାଟ୍‌-ଇଲେଭେନ୍‌’ ପ୍ରତ୍ୟାହାର କରି ଆଣିଛି।

ଇସ୍ରୋର ଜିସାଟ୍‌-ଇଲେଭେନ୍‌ର କେତେକ ଅତିରିକ୍ତ ପରୀକ୍ଷା ଏବଂ ବୈଷୟିକ ଯାଞ୍ଚ ବେଙ୍ଗାଲୁରୁସ୍ଥିତ ଇସ୍ରୋ ସାଟେଲାଇଟ୍‌ ସେଣ୍ଟର୍‌ ଠାରେ କରାଯିବ। ତେଣୁ ମେ ୨୫ ତାରିଖରେ ଉତ୍‌କ୍ଷେପଣ କରାଯିବାକୁ ଯୋଜନା କରାଯାଇଥିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଏହି ସାଟେଲାଇଟ୍‌କୁ ମାର୍ଚ ମାସରେ ଏରିଅନ୍‌ସ୍ପେସ୍‌କୁ ପଠାଯାଇଥିଲା।

ଇସ୍ରୋଦ୍ୱାରା ନିର୍ମିତ ଏହି କୃତ୍ରିମ ଉପଗ୍ରହର ଓଜନ ହେଉଛି ୫, ୮୭୦ କେ. ଜି.। କିନ୍ତୁ, କ’ଣ ପାଇଁ ଏହାକୁ ପ୍ରତ୍ୟାହାର କରାଯାଇଛି ଇସ୍ରୋ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର