ଗାଲୁଆ ପାକିସ୍ତାନକୁ ଭାରତର ଗାଲୁଆ ଜବାବ, କଥା କଣ ଜାଣନ୍ତୁ

ନ୍ୟୁୟର୍କ : ଆଗରୁ ଏମିତି ଚାଲିଥିଲା । ପାକିସ୍ତାନ ବାରମ୍ବାର ଆତଙ୍କବାଦୀ କାଣ୍ଡ କରିଚାଲିଥିଲା, କିନ୍ତୁ ଭାରତ ବାରମ୍ବାର କଥାବାର୍ତ୍ତା ପାଇଁ ରାଜି ହେଉଥିଲା । କିନ୍ତୁ ଗତ କିଛି ବର୍ଷ ଧରି ଏଥିରେ ପରିବର୍ତ୍ତନ ଆସିଥିବା ପରି ଲାଗୁଛି । ଗାଲୁଆ ପାକିସ୍ତାନକୁ ଗାଲୁଆମୀରେ ଜବାବ ଦେଉଛି ଭାରତ । ଆଜି ଠିକ ଏପରି ଏକ ଘଟଣା ଘଟିଛି । ତାହା ହେଉଛି ନ୍ୟୁୟର୍କରେ ସାର୍କ ଦେଶମାନଙ୍କ ବୈଠକ ଚାଲିଥିଲା । ପ୍ରଥମେ ଆଫଗାନିସ୍ଥାନ ଓ ତାପରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଭାଷଣ ଦେଲେ । ଏହା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ ଭାଷଣ ଦେବାବେଳକୁ ହଠାତ ସୁଷମାଜୀ ଉଠି ବାହାରକୁ ପଳେଇ ଆସିଲେ । କେବଳ ସେ ନୁହେଁ ଆଫଗାନିସ୍ଥାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଉଠି ପଳେଇ ଆସିଲେ । ଏହା ଦେଖି ପାକିସ୍ତାନ ବେଶ ଅପମାନିତ ମନେ କରିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ କହିଛନ୍ତି ଯେ କେବଳ ଗୋଟିଏ ଦେଶର ଅହଂକାରୀ ନୀତି ଯୋଗୁଁ ସାର୍କର ସ୍ୱପ୍ନ ଅପୂରଣୀୟ ହୋଇ ରହିଛି ।

ଏହା ପୂର୍ବରୁ ଭାରତ ପାକିସ୍ତାନ ସହିତ କଥାବାର୍ତ୍ତା ବାତିଲ କରିଦେଇଥିଲା । ଅନ୍ୟପକ୍ଷରେ ସିନ୍ଧୁ ନଦୀ ଚୁକ୍ତି ଅନୁସାରେ ପାକିସ୍ତାନର ପ୍ରତିନିଧିମଣ୍ଡଳ ଭାରତରେ ଥିବା ସିନ୍ଧୁନଦୀବନ୍ଧଗୁଡ଼ିକର ପରିଦର୍ଶନରେ ଆସିବାର ଥିଲେ ମଧ୍ୟ ଭାରତ ତାହାକୁ ହଠାତ ବାତିଲ କରିଦେଇଛି ।

ସମ୍ବନ୍ଧିତ ଖବର