ଟ୍ରମ୍ପଙ୍କୁ ଭାରତର ଜବାବ, ମଧ୍ୟସ୍ଥି ହେବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ବୁଧବାର ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା ପ୍ରସ୍ତାବ ଦେଇଥିଲେ | ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବ ଉପରେ ଭାରତ ଏବେ ପ୍ରତିକ୍ରିୟା ରଖିଛି। କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଶାନ୍ତିପୂର୍ଣ୍ଣ ଭାବରେ ଏହି ସମସ୍ୟାର ସମାଧାନ ପାଇଁ ଆମେ ଚୀନ୍ ସହିତ ଯୋଗାଯୋଗରେ ଅଛୁ ବୋଲି ଭାରତ ସଫେଇ ଦେଇଛି | ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗରେ ଆମେରିକା ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ବୋଲି ବୁଧବାର ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରିଥିଲେ । ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଆମେ ଉଭୟ ଭାରତ ଏବଂ ଚୀନ୍ କୁ ସୂଚନା ଦେଇଛୁ ଯେ ଯଦି ସେମାନେ ଚାହାଁନ୍ତି ତେବେ ସୀମା ବିବାଦରେ ମଧ୍ୟସ୍ଥତା କରିବାକୁ ଆମେରିକା ପ୍ରସ୍ତୁତ ଅଛି।

ଭାରତ ଓ ଚୀନ ସୀମାରେ ଦେଖାଦେଇଥିବା ବିବାଦ ଏବେ ସାରା ବିଶ୍ୱରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତ ପକ୍ଷରୁ ଲଦାଖ ସୀମାରେ ସୈନ୍ୟ ବଳ ବଢାଇ ଚାଲିଛି । ସୀମାରେ ଦେଖାଦେଉଥିବା ବିବାଦକୁ ନଜରରେ ରଖି ଅଧିକ ସଂଖ୍ୟାରେ ଯବାନଙ୍କୁ ପୂର୍ବ ଭାରତ ସୀମାରେ ମୁତୟନ କରାଯାଉଛି । ସୀମା ବିବାଦକୁ ନେଇ ପଡୋଶୀ ଚୀନ ସହ ଆଲୋଚନା ପରେ କିଛି ସୁଫଳ ନମିଳିବାରୁ କିଛି ଏପରି ପଦକ୍ଷେପ ଭାରତ ତରଫରୁ ନିଆଯାଇଛି । ପୂର୍ବରୁ ଚୀନ ନିଜ ପଟ ସୀମାରେ ୫ହଜାର ସେନା ମୁତୟନ କରିବା ସହ ଅସ୍ତ୍ରଶସ୍ତ୍ର ଠୁଳ କରିଛି । ଜବାବରେ ଭାରତ ମଧ୍ୟ ସୈନ୍ୟ ବଳ ବଢାଇଛି ।

indianexpress

ଏଥିସହ ଲଦାଖ ସୀମାରେ ଅଧିକରୁ ଅଧିକ ଗୋଳାବାରୁଦ, ତୋପ, ଆଦି ଅସ୍ତ୍ରଶସ୍ତ୍ର ଯମା କରାଯାଉଛି । ମଙ୍ଗଳବାର ଅଜିତ ଡୋଭାଲ ଓ ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ପରେ ସୀମାରେ ରଣନୀତିର ଚିତ୍ର କିଛି ଏପରି ଦେଖିବାକୁ ମିଳିଛି । ମେ ୫-୬ ତାରିଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତେଜନା ପୂର୍ଣ୍ଣ ସ୍ଥିତି ଲାଗି ରହିଛି । ପ୍ରଥମେ ସିକ୍କିମ୍ ସୀମାରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ପରେ ଲଦାଖ ସୀମାରେ ପାଟ୍ରୋଲିଂ ବେଳେ ଭାରତୀୟ ଯବାନଙ୍କ ରାସ୍ତା ଓଗାଳି ସେମାନଙ୍କ ସହ ଯୁକ୍ତିତର୍କ କରିଥିଲେ ଡ୍ରାଗନ ସେନା । ଏହା ପରଠାରୁ ଲଦାଖ ସୀମାରେ ଏକପ୍ରକାର ଯୁଦ୍ଧର ସ୍ଥିତି ଉପୁଜିଛି । କୁହାଯାଉଛି ଭାରତ ସୀମାରେ ରାସ୍ତା ନିର୍ମାଣକୁ ସହି ନପାରି ଏପରି ବ୍ୟବହାର କରୁଛି ଚୀନ ।

ସମ୍ବନ୍ଧିତ ଖବର