ଦର ଛିଣ୍ଡୁନି, ବିଳମ୍ବ ହେବ ଏସ୍‌-୪୦୦ ଚୁକ୍ତି

ମସ୍କୋ: ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଖରିଦ କରିବା ପାଇଁ ଭାରତ ଓ ଋଷିଆ ମଧ୍ୟରେ ହେବାକୁ ଥିବା ଚୁକ୍ତି ଆଉ କିଛି ଦିନ ବିଳମ୍ବ ହେବାର ସମ୍ଭାବନ । ଦେଖାଦେଇଛି । ଏହି ଚୁକ୍ତି ଭାରତର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଚଳିତ ଋଷିଆ ଗସ୍ତ କାଳରେ ସ୍ୱାକ୍ଷରିତ ହେବାର ଥିଲା । କିନ୍ତୁ ଦର ଛିଡି ନଥିବାରୁ ଏହି ଚୁକ୍ତି ଚୂଡାନ୍ତ ହୋଇପାରିନାହିଁ ।

ଋଷିଆର ସମ୍ବଦ ସରବରାହ ସଂସ୍ଥା ଇଟାରଟାସ ଅନୁସାରେ ଏହି ଚୁକ୍ତିର ଟେକନିକାଲ ପକ୍ଷ ଉପରେ ସହମତି ହୋଇସାରିଛି, କିନ୍ତୁ ମୂଲ୍ୟକୁ ନେଇ ସହମତି ହୋଇପାରୁନାହିଁ ।

www.indiandefensenews.in

ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ’ ଆସିବା ପରେ ଭାରତର ଶକ୍ତି ବୃଦ୍ଧି ହେବ । ଏହା ଶତ୍ରୁପକ୍ଷର ଜେଟ, ମିସାଇଲ ଓ ଡ୍ରୋନକୁ ମାରି ଖସାଇଦେବ । ପ୍ରାୟ ୨୫୦ ମାଇଲ ଦୂରରୁ ଆସୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନକୁ ଠାବ କରି ଧ୍ୱଂସ କରିଦେବ । କେବଳ ସେତିକି ନୁହେଁ ଏହା ଏକାଥରକେ ୬ଟି ଟାର୍ଗେଟକୁ ଧ୍ୱଂସ କରିପାରିବ । ଋଷିଆ ପୂର୍ବରୁ ଏହାକୁ ଚୀନ ଓ ତୁର୍କୀକୁ ବିକି ସାରିଛି ।

ସମ୍ବନ୍ଧିତ ଖବର