ଟ୍ରମ୍ପ୍‌ ପୁଟିନ୍‌ଙ୍କୁ ଦଣ୍ଡ ଦେବାକୁ ଚାହୁଁଥିବାରୁ ଭାରତ-ରୁଷ୍‌ ପ୍ରତିରକ୍ଷା ରାଜିନାମା ଆମେରିକୀୟ କଟକଣାର ସମ୍ମୁଖୀନ

ନୂଆଦିଲ୍ଲୀ: ରୁଷ୍‌ର ସାମରିକ ରପ୍ତାନି ଉପରେ ଆମେରିକା କଟକଣା ଲଗାଇ ଥିବାରୁ ରୁଷ୍‌ ସହ ଭାରତ କରିଥିବା ୬ ବିଲିୟନ୍‌ ଆମେରିକୀୟ ଡଲାର୍‌ ଚୁକ୍ତି ଅଟକି ଯାଇଛି। ଏହା ଛଡ଼ା ଆମେରିକା ସହ ମିତ୍ରତା କରିଥିବା ଅନ୍ୟାନ୍ୟ ଏସୀୟ ରାଷ୍ଟ୍ର ମଧ୍ୟ ଏଥିରୁ ବିଚ୍ୟୁତ ହେବେ।

ଅଗଷ୍ଟ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ସ୍ୱାକ୍ଷର କରିଥିବା ଆଇନ ବଳରେ ରୁଷ୍‌ ସହ ପ୍ରତିରକ୍ଷା ଏବଂ ଗୁଇନ୍ଦା ବିଭାଗରେ ବ୍ୟବସାୟ କରୁଥିବା ଯେ କୌଣସି ଦେଶ ପ୍ରତି କଟକଣା ଲାଗୁ କରାଯାଇ ପାରିବ।

୨୦୧୪ରେ ୟୁକ୍ରେନ୍‌ ଠାରୁ କ୍ରିମିଆକୁ ଜିଣିବା, ସିରିଆ ଗୃହ ଯୁଦ୍ଧରେ ସମ୍ପୃକ୍ତ ହେବା ଓ ୨୦୧୬ରେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରିବା ଆଦି କାରଣରୁ ରୁଷିଆକୁ ଦଣ୍ଡିତ କରିବାକୁ ଏହି ଆଇନ୍‌ ପ୍ରସ୍ତୁତ କରାଯାଇଛି। ଏହା ଫଳରେ ବିଶ୍ୱର ଦ୍ୱିତୀୟ ବୃହତ୍‌ ଶସ୍ତ୍ର ରପ୍ତାନିକାରୀ ରୁଷ୍‌ ଠାରୁ ଅସ୍ତ୍ରଶସ୍ତ୍ର ଖରିଦ କରିବାକୁ ଯାଉଥିବା ଆମେରିକାର ମିତ୍ର ରାଷ୍ଟ୍ରମାନେ ମଧ୍ୟ ଏଥିରେ ପ୍ରଭାବିତ ହେବେ।

ଏଥିରେ ସବୁଠୁ ବଡ଼ ଗ୍ରାହକ ହେଉଛି ଭାରତ। ରୁଷ୍‌ ଠାରୁ ଭାରତ ୫ଟି ଏସ୍‌-୪୦୦ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଉଠୁଥିବା କ୍ଷେପଣାସ୍ତ୍ର କିଣିବାକୁ ଚାହେଁ। ଏହି କ୍ଷେପଣାସ୍ତ୍ର ବଳରେ ଭାରତର ସେନାରେ ବଡ଼ ପରିବର୍ତ୍ତନ ଆସି ପାରନ୍ତା।

ଏ ବାବଦରେ ୨୦୧୬ରେ ପୁଟିନ ଓ ମୋଦି ମଧ୍ୟରେ ହୋଇଥିବା ଏକ ଅର୍ନ୍ତ-ସରକାର ଚୁକ୍ତି ସିଧା ସଳଖ ଆମେରିକୀୟ କଟକଣା ଆଇନର ସମ୍ମୁଖୀନ ହୋଇଥିବା କଥା ଦିଲ୍ଲୀ ଦୁଇ ଜଣ ଅଧିକାରୀ କହିଛନ୍ତି।

ଆମେରିକାର ଅଂଶୀଦାର ହୋଇ ମଧ୍ୟ ଇଣ୍ଡୋନେସିଆ ଏବଂ ଭିଏତ୍‌ନାମ ମଧ୍ୟ ରୁଷ୍‌ ଠାରୁ ଅସ୍ତ୍ରଶସ୍ତ୍ର ଖରିଦ କରନ୍ତି। ଜାକର୍ତା ନିକଟରେ ୧. ୧୪ ଆମେରିକୀୟ ଡଲାର୍‌ ବିନିମୟରେ କରିଥିବା ସୁଖୋଇ ଲଢୁଆ ବିମାନ ଚୁକ୍ତି ଖାରଜ କରିଛି।

ଆମେରିକାର ଏହି କଟକଣା ଏସୀୟ ଦେଶମାନଙ୍କ ସାମରିକ କ୍ଷେତ୍ରକୁ ଖୁବ୍‌ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର