ଜାତିସଂଘରେ ସିଏବି ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ସବୁ ଆତଙ୍କବାଦର ଚେର ପାକିସ୍ତାନରେ: ଭାରତ

ୱାସିଂଟନ୍‌ : ଜାତିସଂଘ ସାଧାରଣ ପରିଷଦରେ ଆଜି ପାକିସ୍ତାନ ଜମ୍ମୁ କଶ୍ମୀର ଓ ନାଗରିକତା ସଂଶୋଧନ ବିଲ୍‌ ପ୍ରସଙ୍ଗ ଉଠାଇବାରୁ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଭାରତୀୟ ପ୍ରତିନିଧି କହିଥିଲେ, ପ୍ରତ୍ୟେକ ଅନ୍ତର୍ଜାତୀୟ ଆତଙ୍କବାଦୀ କାଣ୍ଡର ଚେର ପାକିସ୍ତାନରେ ହିଁ ରହିଛି। ଆତଙ୍କବାଦୀମାନଙ୍କ ପାଇଁ ପାକିସ୍ତାନ ଭୂସ୍ବର୍ଗ ପାଲଟିଛି ଏବଂ ନିରିହ ଲୋକଙ୍କ ଜୀବନ ନେବାପାଇଁ ଆତଙ୍କବାଦୀମାନଙ୍କୁ ଏଠାରେ ତାଲିମ ଦିଆଯାଉଛି। ଜାତିସଂଘକୁ ଭାରତର ସ୍ଥାୟୀ ମିସନ୍‌ର ପ୍ରଥମ ସଚିବ ପୌଲୋମୀ ତ୍ରିପାଠୀ ଜାତିସଂଘର ସାଧାରଣ ଅଧିବେଶନରେ ‘ଶାନ୍ତିର ସଂସ୍କୃତି’ ପ୍ରସଙ୍ଗରେ ଆଲୋନଚା ଚାଲିଥିବା ବେଳେ ଏକଥା କହିଥିଲେ। ଜାତିସଂଘକୁ ପାକିସ୍ତାନର ସ୍ଥାୟୀ ପ୍ରତିନିଧୀ ମୁନୀର ଆକ୍ରମ୍‌ ଆଜି ଜାତିସଂଘ‌ରେ ଭାଷଣ ରଖିବାବେଳେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ତଥା ଜମ୍ମୁ କଶ୍ମୀର, ଧାରା ୩୭୦ ଉଚ୍ଛେଦ, ନାଗରିକତା ସଂଶୋଧନ ବିଲ୍‌, ଏନ୍‌ଆରସି ଏବଂ ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ପ୍ରସଙ୍ଗ ଉଠାଇଥିଲେ।

ସମ୍ବନ୍ଧିତ ଖବର