ଚୀନରୁ ଆମଦାନି ବନ୍ଦ ହେବା ପରେ ୧୦୫୦ଟି ଜିନିଷ ଲାଗି ଭାରତର ବିକଳ୍ପ ଖୋଜା

ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କ ଯୋଗୁ ଭାରତ ସରକାର କେତେକ ସାମଗ୍ରୀର ପ୍ରସ୍ତୁତି ଲାଗି ବିକଳ୍ପ ପନ୍ଥା ଖୋଜୁଛନ୍ତି।ସରକାର ଏବେ କପଡ଼ା, ସୁଟକେଶ, ଆଣ୍ଟିବାୟୋଟିକ, ଭିଟାମିନ ଏବଂ କୀଟନାଶକ ଭଳି ୧୦୫୦ଟି ଜିନିଷ ଅନ୍ୟ ଦେଶରୁ ଆମଦାନି କରିବାକୁ ବିକଳ୍ପ ଖୋଜୁଛନ୍ତି । ଭାରତର ମୋଟ ଆମଦାନିର ୫୦ ପ୍ରତିଶତରୁ ଅଧିକ ଚୀନରୁ ହିଁ ହୋଇଥାଏ ।

ଭାରତ ଫର୍ମା ଓ କେମିକାଲ, ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ ଏବଂ ପ୍ଲାଷ୍ଟି ଆମଦାନୀ ପାଇଁ ଚୀନ ଉପରେ ନିର୍ଭର କରିଥାଏ । କପଡ଼ା, ଆର୍ଗୋନିକ କ୍ୟାମିକାଲ, ଜେମ୍ସ ଆଣ୍ଡ ଜୁଏଲାରି ରପ୍ତାନୀ କରିବାରେ ଭାରତ ପ୍ରଭାବିତ ହୋଇଛି । ରିପୋର୍ଟ ଅନୁସାରେ ଚୀନରୁ ଆମଦାନି ହେଉଥିବା ଜିନିଷର ତାଲିକା ବହୁତ ଲମ୍ବା । ଏଥିରେ ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ ଡାଟା ପ୍ରୋସେସିଂ ମେସିନ, ସେମିକଣ୍ଡକ୍ଟର ଉପକରଣ, ଅଟୋ ପାଟର୍ସ, ଷ୍ଟିଲ୍ ଏବଂ ଆଲୁମିନିୟମ୍. ମୋବାଇଲ ଫୋନ ମଧ୍ୟ ସାମିଲ ଅଛି ।

ମିଳିଥିବା ସୂଚନା ଅନୁଯାୟୀ, କେତେକ ଜିନିଷଗୁଡ଼ିକର ଚିହ୍ନଟ କରାଯାଇଛି। ଏହା କେଉଁ ଦେଶରୁ କ’ଣ ଅଣାଯିବ, ତାହାର ବିକଳ୍ପ ଖୋଜାଚାଲିଛି । ଉଦାହରଣସ୍ବରୂପ ଆଣ୍ଟିବାୟୋଟିକ ସୁଇଜରଲାଣ୍ଡ ଓ ଇଟାଲିରୁ ଅଣାଯିବା ଲାଗି ପଦକ୍ଷେପ ନିଆଯାଇଛି । ଉଭୟ ଦେଶ ଆଣ୍ଟିବାୟୋଟିକ ଭାରତକୁ ରପ୍ତାନୀ କରିପାରିବେ । ସେହିଭଳି ଆଉ କେତେକ ଦେଶ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ ଫୋନ ରପ୍ତାନୀ କରିବାକୁ ସହମତି ଦେଇଛନ୍ତି । କିନ୍ତୁ ଭାରତୀୟମାନଙ୍କ ଚାହିଦା ପୂରଣ କରିବା ଚୀନ ବ୍ୟତୀତ ଅନ୍ୟ ଦେଶ ପକ୍ଷେ ସେତେଟା ସହଜସାଧ୍ୟ ନୁହେଁ ବୋଲି କୁହାଯାଉଛି। ତେବେ ଖୁବ୍ ଶୀଘ୍ର ଆମଦାନି ଆରମ୍ଭ ହୋଇଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର