ଏବେ ମଧ୍ୟ ମସ୍କୋର ଶ୍ରେଷ୍ଠ ପାଞ୍ଚ ବନ୍ଧୁଙ୍କ ମଧ୍ୟରେ ରହିଛି ଭାରତ

ନୂଆଦିଲ୍ଲୀ: ରୁଷିଆ ଓ ଭାରତ ମଧ୍ୟରେ ପାରସ୍ପରିକ ସହଯୋଗିତା ଉଲ୍ଲେଖଯୋଗ୍ୟ ଭାବେ ଶୀତଳ ହୋଇ ଆସିଛି ସତ କିନ୍ତୁ, ଏବେ ମଧ୍ୟ ଭାରତ ରୁଷିଆର ଶ୍ରେଷ୍ଠ ପାଞ୍ଚ ବନ୍ଧୁଙ୍କ ମଧ୍ୟରେ ଜଣେ ହୋଇ ରହିଛି। ରୁଷିଆ ପାକିସ୍ତାନର ନିକଟତର ହେଉଛି ବୋଲି ଆଲୋଚନା ହେଉଥିବା ବେଳେ ମସ୍କୋର ଏକ ସମ୍ମାନଜନକ ଥିଙ୍କ୍‌ ଟ୍ୟାଙ୍କ୍‌ କରାଇଥିବା ବାର୍ଷିକ ମତାମତ ନିର୍ବାଚନରୁ ଜଣାପଡ଼ିଛି ଯେ ଏବେ ସୁଦ୍ଧା ପାକିସ୍ତାନ ରୁଷୀୟମାନଙ୍କ ଚେତନାକୁ ଭେଦ କରିନାହିଁ।

୨୦୧୭ରେ ଥିଙ୍କ୍‌ ଟ୍ୟାଙ୍କ୍‌ ‘ଲେଓଦା ସେଣ୍ଟର୍‌’ କରାଇଥିବା ଓ ୨୦୧୮ରେ ଫଳାଫଳ ପ୍ରକାଶ ପାଇଥିବା ସଦ୍ୟତମ ମତ ସଂଗ୍ରହରୁ ଜଣାପଡ଼ିଛି ଯେ ରୁଷୀୟମାନେ ବେଲାରୁଷ୍‌କୁ ସେମାନଙ୍କର ଶ୍ରେଷ୍ଠ ବନ୍ଧୁ ବୋଲି ଚିହ୍ନିତ କରିଛନ୍ତି। ତା’ ପଛକୁ ରହିଛି ଚୀନ୍‌, କାଜାକ୍‌ସ୍ତାନ, ସିରିଆ ଏବଂ ଭାରତ।

‘ଦ୍ରୁଜ୍‌ଭା-ଦୋସ୍ତି’ ଅକ୍ଷୁର୍ଣ୍ଣ ରହିଛି ବୋଲି ପୁନଃନିଶ୍ଚିତ ହେବା ଠାରୁ ଭାରତୀୟମାନେ ଲକ୍ଷ୍ୟ କରିବାର ବଡ଼ କଥା ହେଉଛି- ଚୀନ୍‌ ରୁଷିଆର ଶ୍ରେଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ଘଟଣା। ଭାରତ ଓ ରୁଷିଆ ମଧ୍ୟରେ ବିଭିନ୍ନ ଚୁକ୍ତିର ଶିଥିଳ ହୋଇ ଆସୁଥିବା ବେଳେ କିଛି ସପ୍ତାହ ତଳେ ମୋଦି ଓ ପୁଟିନ୍‌ଙ୍କ ମଧ୍ୟରେ ଅଣଆନୁଷ୍ଠାନିକ ଶିଖର ଉଭୟ ଦେଶର ବନ୍ଧୁତା ମଧ୍ୟରେ କେତେକାଂଶରେ ପୁନଃ ନିବିଡ଼ତା ଆଣିଛି।

ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଶୀର୍ଷ ସ୍ଥାନରେ ଥିବା ଯୁକ୍ତରାଷ୍ଟ୍ର ଆମେରିକା ରୁଷିଆର ପ୍ରଧାନ ଶତ୍ରୁ ବୋଲି ଏହି ମତଦାନ ଫଳାଫଳରୁ ଜଣାପଡ଼ିଛି। ତା’ ପଛକୁ ଶତ୍ରୁ ତାଲିକାରେ ରହିଛି ୟୁକ୍ରେନ୍‌, ଲାଟଭିଆ, ଲିଥୁଆନିଆ ଓ ଜର୍ମାନି। ଆଫଗାନିସ୍ତାନ ମଧ୍ୟ ଶତ୍ରୁ ତାଲିକାରେ ରହିଛି।

ଅତି ସ୍ୱଳ୍ପ ସଂଖ୍ୟକ ରୁଷୀୟ ସେମାନଙ୍କୁ ଇଉରୋପୀୟ ଭାବେ ଚିହ୍ନା ଦେଉଥିଲେ ମଧ୍ୟ ପଶ୍ଚାତ୍ୟ ଅଞ୍ଚଳରେ ରୁଷିଆର ପ୍ରଭାବ ଉପରେ ଗୁରୁତ୍ୱ ଦିଅନ୍ତି।

ସମ୍ବନ୍ଧିତ ଖବର