୨୦୨୩ ସୁଦ୍ଧା ଭାରତର ସାମରିକ ଶକ୍ତିରେ ଆସିବ ଏହି ବଡ଼ ପରିବର୍ତ୍ତନ, କେହି ନାଲି ଆଖି ଦେଖାଇପାରିବେ ନାହିଁ

ନୂଆଦିଲ୍ଲୀ : ଆସନ୍ତା ୨୦୨୩ ସୁଦ୍ଧା ଭାରତର ସାମରିକ ଶକ୍ତି ଏକ ନୂଆ ଉଚ୍ଚତାରେ ପହଞ୍ଚିଥିବ । ଏବେଠାରୁ ଭାରତ ସରକାର କରୁଥିବା ଯୋଜନାଗୁଡିକ ସେତେବେଳକୁ ଧୀରେ ଧୀରେ କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଥିବ । ଏହା ଫଳରେ ସମଗ୍ର ଏସିଆରେ ଚୀନ ପରେ ଭାରତକୁ ଟକ୍କର ଦେବାକୁ କେହି ନଥିବେ । ୨୦୨୩ ସୁଦ୍ଧା ଭାରତ ସରକାର କରିଥିବା ଯୋଜନାର ଦୁଇଟି ମୁଖ୍ୟ ଅଂଶ ହେଉଛି ଭାରତର ବିମାନ ବାହିନୀକୁ ସୁଦୃଢ କରି ଦେଶର ଆକ୍ରାମକ ଶକ୍ତିକୁ ବୃଦ୍ଧି କରିବା ଓ ଭାରତର ଆକାଶ ସୀମାକୁ ଶତ୍ରୁର କ୍ଷେପଣାସ୍ତ୍ର ଓ ବିମାନ ଆକ୍ରମଣରୁ ସୁରକ୍ଷିତ କରିବା ।
ଗତ ୨୦୧୬ରେ ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ୩୬ଟି ରାଫେଲ ବିମାନ ଯୋଗାଣ ପାଇଁ ଚୁକ୍ତି ହୋଇଥିଲା । ଆସନ୍ତା ବର୍ଷଠାରୁ ଫ୍ରାନ୍ସ ଭାରତକୁ ରାଫେଲ ବିମାନ ଯୋଗାଣ ଆରମ୍ଭ କରିବ ଓ ଏହା ୨୦୨୨ ସୁଦ୍ଧା ୩୬ଟି ବିମାନ ଯୋଗାଣ ଶେଷ ହେବ । ଅନ୍ୟପକ୍ଷରେ ଆସନ୍ତା ୨୦୨୩ ମଧ୍ୟ ସୁଦ୍ଧା ଭାରତ ହାତକୁ ୫ଟି ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ ଆସିସାରିଥିବ ବୋଲି ଋଷିଆର ପ୍ରମୁଖ ଖବର ସରବରାହ ସଂସ୍ଥା ଟାସ୍‌ ପକ୍ଷରୁ କୁହାଯାଇଛି । ଏହା ଆସିବା ପରେ ଭାରତର ଆକାଶ ସୀମାରେ ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ର ଓ ବିମାନ ପ୍ରବେଶ କରିବା ପୂର୍ବରୁ ଧ୍ୱଂସ ହୋଇଯିବ । ୨୦୨୦ ମସିହାରେ ଋଷିଆରୁ ପ୍ରଥମ ଏସ-୪୦୦ ମିଳିବ । ୨୦୨୧ରେ ୨ୟ ସେଟ ମିଳିବ । ତାପରବର୍ଷ ଆଉ ୩ଟି ମିଳିବ । ୨୦୨୩ରେ ୫ମ ସେଟ ଏସ-୪୦୦ ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି । କେବଳ ଏତିକି ନୁହେଁ ସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଉପକରଣ ମଧ୍ୟ କିଣାଯାଉଛି । ଆମେରିକାରୁ ମଧ୍ୟ ଭାରତ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବାକୁ ଯାାଉଛି । ଏଗୁଡିକ ଆସିବା ପରେ ଭାରତକୁ ବିଶ୍ୱରେ ହାତଗଣତି କେତୋଟି ଶକ୍ତିଶାଳୀ ଦେଶଙ୍କ ମଧ୍ୟରେ ନିଜ ସ୍ଥାନକୁ ସୁରକ୍ଷିତ କରିପାରିବ ।

ସମ୍ବନ୍ଧିତ ଖବର