ଶକ୍ତିଶାଳୀ ହେବ ନୌସେନା: ରୁଷରୁ ଭାରତ ପୁଣି କିଣିବ ୨ଟି ଅତ୍ୟାଧୁନିକ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ମଙ୍ଗଳବାର ଭାରତ-ରୁଷିଆ ମଧ୍ୟରେ ୫୦୦ ନିୟୁତ ଆମେରିକୀୟ ଡଲାର୍‌ର ସାମରିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ରୁଷଠାରୁ ଭାରତ ଦୁଇଟି ଯୁଦ୍ଧ ଜାହାଜ କିଣିବା ଲାଗି ଚୁକ୍ତି କରିଛି। ୨୦୨୭ ସୁଦ୍ଧା ଏହା ଭାରତକୁ ମିଳିବ ବୋଲି ଜଣାପଡ଼ିଛିି।

ରୁଷର ସରକାରୀ ପରିଚାଳିତ ଅସ୍ତ୍ରଶସ୍ତ୍ର ରପ୍ତାନୀକାରୀ ସଂସ୍ଥା ରୋଜୋବରୋନ୍‌ ଏକ୍ସପୋର୍ଟ ସହ ଗୋଆ ସିପିୟାର୍ଡ ଲିମିଟେଡ୍‌ର ଚୁକ୍ତି ସଂପାଦିତ ହୋଇଛି। ଚୁକ୍ତି ଅନୁସାରେ ରୁଷର ବୈଷୟିକ ସହାୟତାରେ ଗୋଆ ସିପ୍‌ୟାର୍ଡ ଦୁଇଟି ଫ୍ରିଗେଟ୍‌ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ନିର୍ମାଣ କରିବ। ଉଲ୍ଲେଖଯୋଗ୍ୟ କି ହେଉଛି ଭାରତକୁ ଯୁଦ୍ଧାସ୍ତ୍ର ଯୋଗାଉଥିବା ଏକ ପ୍ରମୁଖ ସଂସ୍ଥା।

ଏଥିପୂର୍ବରୁ ରୁଷ ସହ ଭାରତ ୧ ବିଲିୟନ୍‌ ଡଲାର୍‌ ବିନିମୟରେ ଦୁଇଟି ଯୁଦ୍ଧଜାହାଜ କିଣିବା ଲାଗି ଚୁକ୍ତି କରିଛି। ରୁଷର କାଲିନିନଗ୍ରାଦର ୟଣ୍ଟର ସିପିୟାର୍ଡର୍ର ନିର୍ମିତ ହେଉଥିବା ଏହି ଦୁଇଟି ଯୁଦ୍ଧଜାହାଜ ଭାରତୀୟ ନୌସେନାରେ ୨୦୨୨-୨୩ରେ ସାମିଲ୍‌ ହେବା ଲକ୍ଷ୍ୟ ରହିଛି।

ତେବେ ଆଜି ସ୍ୱାକ୍ଷରିତ ଚୁକ୍ତି ଅନୁସାରେ ରୁଷର ବୈଷୟିକ ସହାୟତାରେ ନିର୍ମିତ ହେବାକୁ ଥିବା ଜାହାଜ ଗୋଆ ସିପ୍‌ୟାର୍ଡ ପକ୍ଷରୁ ୨୦୨୨ ମସିହାରେ ହସ୍ତାନ୍ତର କରାଯିବ। ଏହାର ମୂଲ୍ୟ ଜାହାଜ ପିଛା ୫୦୦ ନିୟୁତ୍‌ ଡଲାର୍‌ରୁ ଟିକିଏ ଅଧିକ ହୋଇପାରେ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର