ଭାରତର ଆକାଶ ସୀମାକୁ ଅଭେଦ୍ୟ କରିବାକୁ ଭାରତର ସ୍ୱତନ୍ତ୍ର ଯୋଜନା, କିଣିବ ଆମେରିକାର ନାସାମସ ମିସାଇଲ ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଲୀ : ଭାରତର ଆକାଶସୀମାକୁ ଅଭେଦ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ଭାରତ ସରକାର । ବିଶେଷକରି ରାଜଧାନୀ ଦିଲ୍ଲୀକୁ ଏକ ତ୍ରିସ୍ତରୀୟ ଅଭେଦ୍ୟ ସୁରକ୍ଷାବଳୟ ମଧ୍ୟରେ ସୁରକ୍ଷିତ ରଖିବାକୁ ଯୋଜନା କରାଯାଉଛି । ଏହି ଯୋଜନା ମୁତାବକ ଋଷିଆ, ଇସ୍ରାଏଲ ଓ ଆମେରିକାଠାରୁ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ କିଣାଯାଉଛି । ଭାରତର ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବାକୁ ଚୁକ୍ତି କରିସାରିଥିବାବେଳେ ଇସ୍ରାଏଲଠାରୁ ମଧ୍ୟ ଏକ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବାକୁ କଥାବାର୍ତ୍ତା ଚଳାଇଛି । କିନ୍ତୁ ଏବେ ଆମେରିକାଠାରୁ ଅତ୍ୟାଧୁନିକ ବାଲିଷ୍ଟିକ ମିସାଇଲ ଡିଫେନ୍ସ ସିଷ୍ଟମ ନ୍ୟାସନାଲ ଆଡଭାନ୍ସଡ ସରଫେସ ଟୁ ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ ( ନାସାମସ-୨) କିଣିବାକୁ ଚୂଡାନ୍ତ ନିଷ୍ପତ୍ତି ନେଇଛି ।

ଏହାର ମୂଲ୍ୟ ରହିବ ପ୍ରାୟ ୧ ବିଲିୟନ ଡଲାର ବା ୬୦୦୦ କୋଟି ଟଙ୍କା । ଏହାକୁ ମୁଖ୍ୟ ଦିଲ୍ଲୀର ସୁରକ୍ଷା ପାଇଁ ଲଗାଯିବ । ଶତ୍ରୁପକ୍ଷର ମିସାଇଲ ଓ ଡ୍ରୋନକୁ ଖସାଇବା ପାଇଁ ଏଥିରେ ଷ୍ଟ୍ରିଞ୍ଜର ମିସାଇଲ, ଆମରାମ ମିସାଇଲ, ଗନ ସିଷ୍ଟମ ରହିବ । ଏଥିରେ ମଧ୍ୟ ଶତ୍ରୁର ବିମାନ, ମିସାଇଲ ଓ ଡ୍ରୋନକୁ ଠାବ କରିବାକୁ ଶକ୍ତିଶାଳୀ ରାଡାର ରହିଛି ।

ସମ୍ବନ୍ଧିତ ଖବର