ବ୍ରହ୍ମସ ମିସାଇଲ କିଣିବାକୁ ଦକ୍ଷିଣ-ପୂର୍ବ ଏସିଆ, ଉପସାଗରୀୟ ଦେଶଙ୍କ ଆଗ୍ରହ, ଖୁବ ଶୀଘ୍ର ରପ୍ତାନି ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ : ଦିନ ଥିଲା ଭାରତ ନିଜ ପ୍ରତିରକ୍ଷା ଆବଶ୍ୟକତାର ପ୍ରାୟ ୯୦ ପ୍ରତିଶତ ଆମଦାନୀ କରୁଥିଲା । ଏବେ ମଧ୍ୟ ଭାରତର ବିଶ୍ୱର ପ୍ରମୁଖ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ କାରୀ । ଏବେ ଭାରତ ନିଜ ପ୍ରତିରକ୍ଷା ଆବଶ୍ୟକତାର ପ୍ରାୟ ୭୦ ପ୍ରତିଶତ ଆମଦାନୀ କରିଥାଏ । କିଛି ବର୍ଷ ପୂର୍ବରେ ଭାରତ ଯେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରିପାରିବ ତାହା ଚିନ୍ତା ମଧ୍ୟ କରିହେଉନଥିଲା । କିନ୍ତୁ ଏବେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ଲାଗି ପ୍ରସ୍ତୁତ ହେଉଛି ।

ଭାରତରୁ ବ୍ରହ୍ମୋସ ମିସାଇଲ କିଣିବା ପାଇଁ ଦକ୍ଷିଣ-ପୂର୍ବ ଏସିଆର କେତେକ ଦେଶ ଯଥା ଇଣ୍ଡୋନେସିଆ, ଭିଏତନାମ ଆଦି ଆଗ୍ରହ ପ୍ରକାଶ କରିଥିବାବେଳେ, ପଶ୍ଚିମ ଏସିଆର କେତେକ ଦେଶ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଭାରତର ଖୁବଶୀଘ୍ର ଏସବୁ ଦେଶର ସରକାରଙ୍କ ସହ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି ବୋଲି ବ୍ରହ୍ମସ ଏରୋସ୍ପେଶର ସିଜିଏମ କମୋଡର ଏସକେ ଆୟଙ୍ଗାର କହିଛନ୍ତି । ଏହି ଚୁକ୍ତି ସ୍ୱାକ୍ଷର ପରେ ଭାରତ ବ୍ରହ୍ମସ ମିସାଇଲ ରପ୍ତାନି କରିବ । ଋଷ ଓ ଭାରତର ମିଳିତ ଉଦ୍ୟମରେ ପ୍ରସ୍ତୁତ ବ୍ରହ୍ମସ ବିଶ୍ୱର ଏକ ଉନ୍ନତ ସୁପରସୋନିକ କ୍ରୁଜ ମିସାଇଲ ଭାବେ ଜଣାଶୁଣା ।

ସମ୍ବନ୍ଧିତ ଖବର