୨୦୨୩ ସୁଦ୍ଧା ଭାରତୀୟ ସେନା ପାଖରେ ଥିବ ୫ଟି ଏସ-୪୦୦ ଟ୍ରିଅମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ

ମସ୍କୋ : ଆସନ୍ତା ୨୦୨୩ ମଧ୍ୟ ସୁଦ୍ଧା ଭାରତ ହାତକୁ ୫ଟି ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ ଆସିସାରିଥିବ ବୋଲି ଋଷିଆର ପ୍ରମୁଖ ଖବର ସରବରାହ ସଂସ୍ଥା ଟାସ୍‌ ପକ୍ଷରୁ କୁହାଯାଇଛି । ଗତ ଅକ୍ଟୋବର ମାସରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗ୍ରସ୍ତ କାଳରେ ୫ ସେଟ୍‌ ଏସ-୪୦୦ ଯୋଗାଣ ପାଇଁ ଭାରତ ଓ ଋଷିଆ ମଧ୍ୟରେ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ଭାରତ ମୋଟ ୫.୪୩ ବିଲିୟନ ଡଲାର ବିନିମୟରେ ମୋଟ ୫ ଟି ରେଜିମେଣ୍ଟାଲ ସେଟ ଏସ-୪୦୦ କିଣିବ । ପ୍ରତି ରେଜିମେଣ୍ଟାଲ ସେଟରେ ଗୋଟିଏ ରେଜିମେଣ୍ଟାଲ କମାଣ୍ଡ ସେଣ୍ଟର ଓ ୨ବାଟାଲିୟନ ଲଞ୍ଚର ରହିବ । ପ୍ରତି ବାଟାଲିୟନ ଲଞ୍ଚରରେ ୮ଟି ଲଞ୍ଚର ରହିବ । ୨୦୨୦ ମସିହାରେ ଋଷିଆରୁ ପ୍ରଥମ ଏସ-୪୦୦ ମିଳିବ । ୨୦୨୧ରେ ୨ୟ ସେଟ ମିଳିବ । ତାପରବର୍ଷ ଆଉ ୩ଟି ମିଳିବ । ୨୦୨୩ରେ ୫ମ ସେଟ ଏସ-୪୦୦ ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଋଷିଆର ରସବରୋନେକ୍ସପର୍ଟ କମ୍ପାନିରେ କାମ ଆରମ୍ଭ ହୋଇଯାଇଛି । କମ୍ପାନି ଏବେ ଚୀନ ଓ ତୁର୍କୀ ପାଇଁ ମଧ୍ୟ ଏସ-୪୦୦ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛି । ଚୀନ ଇତିମଧ୍ୟରେ ପ୍ରଥମ ସେଟ ଏସ୪୦୦ ପାଇସାରିଛି ଓ ଏବେ ତାହାର ପରୀକ୍ଷା କରୁଛି ।

ସମ୍ବନ୍ଧିତ ଖବର