ଭାରତ ପାଇବ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ , ଆତଙ୍କରେ ପାକିସ୍ତାନ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଆଜି ଦୁଇଦିନିଆ ଭାରତ ଗ୍ରସ୍ତରେ ଆସୁଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହି ଅବସରରେ ଉଭୟ ଦେଶ ମଧ୍ୟରେ କେତେକ ସାମରିକ ଚୁକ୍ତି ହୋଇପାରେ । କେତେକ ସୂଚନା ଅନୁସାରେ ଭାରତ ଋଷିଆଠାରୁ ମୋଟ ୮.୫ ବିଲିୟନ ଡଲାର (ପ୍ରାୟ ୬୧ ହଜାର କୋଟି ଟଙ୍କା ) ମୂଲ୍ୟର ପ୍ରତିରକ୍ଷା କ୍ରୟ ଚୁକ୍ତି କରିପାରେ । ଏହା ମଧ୍ୟରେ ରହିଛି ବହୁ ଚର୍ଚ୍ଚିତ ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ । ଏହାଛଡା ଭାରତ ୪ଟି ପ୍ରୋଜେକ୍ଟ ୧୧୩୫୬ ଫ୍ରିଗେଟ,୪୮ ଏମଆଇ ୧୭ ଭି ହେଲିକାପ୍ଟର ଓ ୨୦୦ଟି କେଏ-୨୨୬ ଟି ହେଲିକାପ୍ଟର କିଣିବାକୁ ଚୁକ୍ତି କରିପାରେ । ତେବେ ଏହି ଡିଲ ଚୂଡାନ୍ତ ହେବା ପୂର୍ବରୁ ଭାରତର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ମଂଜୁରୀ ଆବଶ୍ୟକ । ତେବେ ଏସ-୪୦୦ ଉପରେ ସମସ୍ତଙ୍କ ନଜର ରହିବ । ଏସ-୪୦୦ ହେଉଛି ବିଶ୍ୱର ସବୁଠାରୁ ଭଲ ବାଲିଷ୍ଟିକ ମିସାଇଲ ସିଷ୍ଟମ । ଏହା ଆମେରିତାର ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ ଥାର୍ଡ ସହ ସମକକ୍ଷ ବୋଲି କୁହାଯାଉଛି । ଏଣୁ ଭାରତ ଋଷିଆଠାରୁ ଏହାକୁ କିଣୁ ବୋଲି କେବଳ ଆମେରିକା ନୁହେଁ, ପାକିସ୍ତାନ ଓ ଚୀନ ମଧ୍ୟ ଚାହୁଁନାହାନ୍ତି । ବିଶେଷକରି ପାକିସ୍ତାନ ଏହାକୁ ନେଇ ଆତଙ୍କିତ ହୋଇଯାଇଛି । କାରଣ ଭାରତ ଏସ-୪୦୦ ମୃତୟନ କରିବା ପରେ ଏପ୍ରକାରେ ପାକିସ୍ତାନର ବାୟୁସୀମାକୁ ନିୟନ୍ତ୍ରଣ କରିବା ସ୍ଥିତିରେ ଆସିଯିବ । ଏହାର ଅର୍ଥ ହେଉଛି ପାକିସ୍ତାନରେ କୌଣସି ମିସାଇଲ ବା ଲଢୁଆ ବିମାନ ଉଠିବା ପୂର୍ବରୁ ଭାରତ ତାହାକୁ ନଷ୍ଟ କରିଦେବାର କ୍ଷମତା ପାଇଯିବ । ଭାରତ ଯଦି ଆମେରିକା ଚାପରେ ଦବିଯାଇ ଏସ-୪୦୦ କିଣିନଥାନ୍ତା ତେବେ ପାକିସ୍ତାନ ତାହାକୁ କିଣିବାକୁ ଆଗେଇ ଆସିଥାନ୍ତା । ଭାରତ ମଧ୍ୟ ଋଷିଆ ଆଗରେ ସର୍ତ୍ତ ରଖିଛି ଯେ ଏହା ଯେପରି ପାକିସ୍ତାନକୁ ଏସ-୪୦୦ ନ ବିକେ ।

ସମ୍ବନ୍ଧିତ ଖବର