ମହାକାଶରେ ନିଜସ୍ୱ ସ୍ପେଶ ଷ୍ଟେସନ ନିର୍ମାଣ କରିବ ଭାରତ, ମହାକାଶଚାରୀମାନେ ସେଠାରେ ରହିପାରିବେ

ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଦିନକୁ ନୂଆ ନୂଆ ସଫଳତା ପାଇବାରେ ଲାଗିଛି । ଗୋଟିଏ ସଫଳତା ପାଇବା ପରେ ଆଉ ଏକ ନୂଆ ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥାପନ କରାଯାଉଛି । ଆଜି ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଘୋଷଣା କରିଛି ଯେ ଏହା ମହାକାଶରେ ଭାରତର ନିଜସ୍ୱ ମହାକାଶ କେନ୍ଦ୍ର ବା ସ୍ପେଶ ଷ୍ଟେସନ ସ୍ଥାପନ କରିବ । ଆଜି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଏସଂପର୍କରେ ସୂଚନା ଦେଇଛନ୍ତି । ଭାରତ ନିଜର ମାନବ ମିଶନକୁ ନିୟମିତ କରିବାକୁ ଚାହୁଁଛି ।

ଏଥିପାଇଁ ମହାକାଶରେ ଏକ ସ୍ପେଶ ଷ୍ଟେସନ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି । ଭାରତ ଆସନ୍ତା ଜୁଲାଇ ୧୫ରେ ନିଜର ଚନ୍ଦ୍ର।ଯାନ ମହାକାଶକୁ ଛାଡିବ । ଏହି ଯାନ ଚନ୍ଦ୍ରର ଦକ୍ଷିଣମେରୁରେ ଓହ୍ଲାଇବ । ଏହା ପରେ ୨୦୨୨ ସୁଦ୍ଧା ମହାକାଶକୁ ମଣିଷ ପଠେଇବାକୁ ଭାରତ ଲକ୍ଷ୍ୟ ରଖିଛି । ମହାକାଶରେ ସ୍ପେଶ ଷ୍ଟେସନ ପ୍ରତିଷ୍ଠା କରିବା ପରେ ସେଠାରେ ଭାରତର ମହାକାଶଚାରୀମାନେ କିଛି ଦିନ, ସପ୍ତାହ ଏପରିକି କିଛି ମାସ ପାଇଁ ରହିପାରିବେ । ପୂର୍ବରୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ଭାରତୀୟ ବଂଶୋଦ୍ଭବ ସୁନୀତି ଓ୍ଵିଲିୟମ୍ସ ରହିଥିଲେ ।

ସମ୍ବନ୍ଧିତ ଖବର