ଆମେରିକାର ନାଲିଆଖି ସତ୍ତ୍ୱେ ଋଷିଆଠାରୁ ଆହୁରି ଅନେକ ଆଧୁନିକ ଅସ୍ତ୍ରଶସ୍ତ୍ର କିଣିବାକୁ ଯାଉଛି ଭାରତ

ନୂଆଦିଲ୍ଲୀ : ଆମେରିକାର ନାଲିଆଖି ସତ୍ତ୍ୱେ ଭାରତ ଋଷିଆ ସହ ନିଜର ଘନିଷ୍ଠ ସଂପର୍କକୁ ଏବେ ବି ବଜାର ରଖିଛି । ଏହାର ପ୍ରମାଣ ହେଉଛି ଆସନ୍ତା ସପ୍ତାହରେ ଭାରତ ଗ୍ରସ୍ତରେ ଆସିବେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ସେ ଭାରତ-ଋଷିଆ ଦ୍ୱିପାକ୍ଷିକ ସମ୍ମିଳନୀରେ ଯୋଗଦେବେ । ଏହି ଅବସରରେ ଉଭୟ ଦେଶ ମଧ୍ୟରେ କେତେକ ସାମରିକ ଚୁକ୍ତି ହୋଇପାରେ । କେତେକ ସୂଚନା ଅନୁସାରେ ଭାରତ ଋଷିଆଠାରୁ ମୋଟ ୮.୫ ବିଲିୟନ ଡଲାର (ପ୍ରାୟ ୬୧,୬୩୭ କୋଟି ଟଙ୍କା) ମୂଲ୍ୟର ପ୍ରତିରକ୍ଷା କ୍ରୟ ଚୁକ୍ତି କରିପାରେ । ଏହା ମଧ୍ୟରେ ରହିଛି ବହୁ ଚର୍ଚ୍ଚିତ ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ । ଏହାଛଡା ଭାରତ ୪ଟି ପ୍ରୋଜେକ୍ଟ ୧୧୩୫୬ ଫ୍ରିଗେଟ,୪୮ ଏମଆଇ ୧୭ ଭି ହେଲିକାପ୍ଟର ଓ ୨୦୦ଟି କେଏ-୨୨୬ ଟି ହେଲିକାପ୍ଟର କିଣିବାକୁ ଚୁକ୍ତି କରିପାରେ । ତେବେ ଏହି ଡିଲ ଚୂଡାନ୍ତ ହେବା ପୂର୍ବରୁ ଭାରତର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ମଂଜୁରୀ ଆବଶ୍ୟକ । ତେବେ ଏସ-୪୦୦ ଉପରେ ସମସ୍ତଙ୍କ ନଜର ରହିବ । ଏସ-୪୦୦ ହେଉଛି ବିଶ୍ୱର ସବୁଠାରୁ ଭଲ ବାଲିଷ୍ଟିକ ମିସାଇଲ ସିଷ୍ଟମ । କିନ୍ତୁ ଏହା ଯେଉଁ ଦେଶ କିଣିବ ତା ବିରୋଧରେ କଟକଣା ଲଗାଇବାକୁ ଆମେରିକା ଧମକ ଦେଉଛି । ଗତ ସପ୍ତାହରେ ଚୀନ ଏସ-୪୦୦ କିଣିଥିବାରୁ ଆମେରିକା ତା ବିରୋଧରେ କଟକଣା ଲଗାଇଛି ।

ସମ୍ବନ୍ଧିତ ଖବର