ନୂଆଦିଲ୍ଲୀ: ନ୍ୟୁଜ୍‌ ଚାନେଲ୍‌ ଇଣ୍ଡିଆ ଟିଭି ଓ ସିଏନ୍‌ ଏକ୍ସ ଓପିନିଅନ୍‌ ପୋଲ୍‌ରେ କରାଯାଇଥିବା ସର୍ଭେରେ କୁହାଯାଇଛି ଯେ ଏନଡିଏକୁ ୨୦୧୯ ସାଧାରଣ ନିର୍ବାଚନରେ ୨୭୫ଟି ଆସନ ମିଳିବ ଓ ଏନଡିଏ ପୁଣି କ୍ଷମତାକୁ ଫେରିବ। ଏଥିରେ ଆହୁରି ମଧ୍ୟ କୁହାଯାଉଛି ଯେ ଏଥର ୟୁପିଏକୁ ୧୪୭ଟି ଆସନ ମିଳିବ ଏବଂ ଅନ୍ୟାନ୍ୟ ଦଳମାନଙ୍କୁ ୧୨୧ଟି ଆସନ ମିଳିବ।

Advertisment

ଏହି ପୂର୍ବାନୁମାନରେ କୁହାଯାଇଛି ଯେ କେବଳ ବିଜେପି ୫୪୩ଟି ଲୋକସଭା ଆସନ ମଧ୍ୟରୁ ୨୩୦ଟିରେ ବିଜୟୀ ହେବ। ଠିକ୍‌ ସେହିପରି କଂଗ୍ରେସକୁ ୯୭ଟି ଆସନ ମିଳିବ। ଟିଏମ୍‌ସିକୁ ୨୮, ବିଜେଡିକୁ ୧୪, ଶିବସେନାକୁ ୧୩, ସମାଜବାଦୀ ପାର୍ଟିକୁ ୧୫,ବିଏସ୍‌ପି କୁ ୧୪, ଆରଜେଡିକୁ ୮, ଜେଡିୟୁକୁ ୯ ଏବଂ ଅନ୍ୟ ଦଳମାନଙ୍କୁ ୧୫ଟି ଆସନ ମିଳିବ।

publive-image photo--navbharattimes

ଏହି ସର୍ଭେକ୍ଷଣରେ ଆହୁରି ମଧ୍ୟ କୁହାଯାଇଛି ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ଉତ୍ତର ପ୍ରଦେଶରେ ୪୫ଟି ଆସନ ମିଳିବ ଓ କଂଗ୍ରେସକୁ ମାତ୍ର ୪ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ।