ଇମ୍ରାନଙ୍କ ଶାନ୍ତି ପ୍ରସ୍ତାବ ଉପରେ ଗୁରୁତ୍ୱ ଦେଉନାହିଁ ଭାରତ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ପାକିସ୍ତାନ ନିର୍ବାଚନରେ ଇମ୍ରାନ ଖାଁଙ୍କ ଦଳ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି ଓ ଆବଶ୍ୟକ ସମର୍ଥନ ପାଇଁ ଛୋଟ ଦଳଙ୍କ ସହ କଥାବାର୍ତ୍ତା ଚଳାଇଛି । କିନ୍ତୁ ଏହା ନିଶ୍ଚିତ ହୋଇଯାଇଛି ଯେ ସେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ଗଣମାଧ୍ୟମ ସହ କଥା ହୋଇ ଭାରତ ସହ କଥାବାର୍ତ୍ତା କରିବାକୁ ଆଗ୍ରହୀ ବୋଲି ଜଣାଥିଲେ । ଏଣୁ ଏହାର ସୁଯୋଗ ନେବାକୁ ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । କେବଳ ସେ ନୁହେଁ ପାକ ଗଣମାଧ୍ୟମ, ଭାରତରେ ଥିବା କେତେକ ଉଦାରପନ୍ଥୀ ମଧ୍ୟ ନୂଆଦିଲ୍ଲୀକୁ ଏହି ପରାମର୍ଶ ଦେଉଛନ୍ତି । କିନ୍ତୁ ଭାରତ ସରକାର ଭଲ ଭାବରେ ଜାଣିଛନ୍ତି ଯେ ପାକିସ୍ତାନରେ ଯିଏ ବି ପ୍ରଧାନମନ୍ତ୍ରୀ ହେଉ ପ୍ରକୃତ ଶାସକ ହେଉଛି ସେନା । ଏଣୁ ଇମ୍ରାନଙ୍କ ଏପରି ଆହ୍ଵାନର କୌଣସି ଅର୍ଥ ନାହିଁ । ପାକିସ୍ତାନରେ ସେନା ନ ଚାହିଁବା ପର୍ଯ୍ୟନ୍ତ ସୀମାରେ ଶାନ୍ତି ଫେରିବା ସମ୍ଭବ ନୁହେଁ । ଏଣୁ ଇମ୍ରାନଙ୍କ ଏହି ଆହ୍ଵାନର କୌଣସି ପ୍ରତିକ୍ରିୟା ନୂଆଦିଲ୍ଲୀ ତରଫରୁ ଏପର୍ଯ୍ୟନ୍ତ ଆସିନାହିଁ ।

ସମ୍ବନ୍ଧିତ ଖବର