ରୁଷିଆଠାରୁ ଭାରତ କିଣିବ ଏସ-୪୦୦ ଏୟାର ଡିଫେନ୍‌ସ ମିସାଇଲ

ନୂଆଦିଲ୍ଲୀ: ଭାରତ ରୁଷିଆଠାରୁ ଏସ-୪୦୦ ଏୟାର ଡିଫେନ୍‌ସ ମିସାଇଲ କିଣିବା ଲାଗି ଭାରତ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଏହି ମିସାଇଲ୍‌ କିଣିବା ଲାଗି ପ୍ରତିରକ୍ଷା ବିଭାଗ ପକ୍ଷରୁ ୩୯ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲ ଶତ୍ରୁ ପକ୍ଷର ରଣନୀତି, ଡ୍ରୋନ ଚଳାଚଳ ଆଦିକୁ ସ୍ଥଳପଥରେ ୪୦୦ କିଲୋମିଟର ଓ ଆକାଶ ପଥରେ ୩୦ କିଲୋମିଟର ଦୂରତ୍ୱ ପର୍ଯ୍ୟନ୍ତ ଯାଇ ସଫଳତା ପୂର୍ବକପ ଲକ୍ଷ୍ୟ ଭେଦ କରିପାରିବର କ୍ଷମତା ରଖିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅକ୍ଟୋବର ୨୦୧୫ ମସିହାରେ ଭାରତ ରୁଷିଆ ଠାରୁ ଏହି ମିସାଇଲ କିଣିବାର ଯୋଜନା ଥିଲା। ତେବେ, ସେତେବେଳେ କାହିଁକି ଏହା କିଣା ଯାଇ ନଥିଲା ସେସଂପର୍କରେ କୌଣସି ସୂଚନା ଜଣା ପଡିନାହିଁ।

ତେବେ, ଯାହା ଜଣାପଡ଼ିଛି ରୁଷିଆ ଠାରୁ ଏହି ଏସ୍‌ ୪୦୦ ମିସାଇଲ୍‌ ନକଣିବା ଆମେରିକା ଭାରତ ଉପରେ ଚାପ ପ୍ରୟୋଗ କରୁଥିଲେ ସୁଦ୍ଧା ଆମେରିକାର ଚାପ ଆଗରେ ମୁଣ୍ଡ ନଆଇଁ ଭାରତ ରୁଷିଆ ଠାରୁ ଏହି ମିସାଇଲ୍‌ କିଣିବା ପାଇଁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର