ଇସ୍ରାଏଲ୍‌ଠାରୁ ‘ସ୍ପାଇକ୍‌’ କ୍ଷେପଣାସ୍ତ୍ର କିଣିବ ଭାରତ

ନୂଆଦିଲ୍ଲୀ : ପାକିସ୍ତାନ ଓ ଚୀନ୍‌ର ମୁକାବିଲା କରିବା ପାଇଁ ଭାରତ ନିଜର ଟ୍ୟାଙ୍କ୍‌ ବିଧ୍ୱଂସୀ କ୍ଷେପଣାସ୍ତ୍ର ଦକ୍ଷତା ବୃଦ୍ଧି କରିବାକୁ ବଡ଼ ପଦକ୍ଷେପ ନେଇଛି। ଇସ୍ରାଏଲ୍‌ଠାରୁ ସ୍ପାଇକ୍‌ କ୍ଷେପଣାସ୍ତ୍ର କିଣିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ଡିଆରଡିଓ ( ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ) ଦ୍ୱାରା କୌଣସି ସ୍ୱଦେଶୀ ଟ୍ୟାଙ୍କ୍‌ ବିଧ୍ୱଂସୀ କ୍ଷେପଣାସ୍ତ୍ର ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ଭାରତୀୟ ସେନାବାହିନୀ ଇସ୍ରାଏଲଠାରୁ ସ୍ପାଇକ୍‌ କ୍ଷେପଣାସ୍ତ୍ର କିଣିବାକୁ ଚାହୁଛି। କ୍ଷେପଣାସ୍ତ୍ର କିଣିବା ପାଇଁ ଚୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ସାରିଛି। ସେନାର ଜରୁରୀ ଆବଶ୍ୟକତା ପାଇଁ ଇସ୍ରାଏଲ କମ୍ପାନି ରାଫେଲ ଆଡଭାନ୍ସଡ୍‌ ସିଷ୍ଟମ୍ସ ଲିମିଟେଡ୍‌ ଦ୍ୱାରା ନିର୍ମାଣ ହୋଇଥିବା ଏହି ଟ୍ୟାଙ୍କ୍‌ ବିଧ୍ୱଂସୀ କ୍ଷେପଣାସ୍ତ୍ର ଚଳିତବର୍ଷ ହିଁ ଭାରତକୁ ମିଳିବ ବୋଲି ଜଣାପଡ଼ିଛି। ଇସ୍ରାଏଲ୍‌ରେ ଥିବା ଜଣେ ରାଫେଲ୍‌ ମୁଖପାତ୍ରଙ୍କ କହିବା ଅନୁଯାୟୀ ଏହି ସ୍ପାଇକ୍‌ କ୍ଷେପଣାସ୍ତ୍ର କିଣିବାନେଇ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ସଂକ୍ରାନ୍ତ ଆଲୋଚନା ଜାରି ରହିଛି।

ସମ୍ବନ୍ଧିତ ଖବର