ଆଇଏମଓ କାଉନସିଲ୍‌ରେ ଭାରତର ବିଜୟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସାମୁଦିକ ସମ୍ମିଳନୀ (ଆଇଏମଓ) କାଉନସିଲ୍‌ର ସଦସ୍ୟ ପଦ ପାଇଁ ହୋଇଥିବା ନିର୍ବାଚନରେ ଭାରତ ପୁଣିଥରେ ବିଜୟ ହାସଲ କରିଛି । ୧୯୫୯ ମସିହାରୁ ଆଇଏମଓର ସଦସ୍ୟ ଥିବା ଭାରତ ଏଥର ଦ୍ୱିତୀୟ ସର୍ବାଧିକ ଭୋଟ୍‌ରେ ନିର୍ବାଚନ ଜିତି କ୍ୟାଟେଗୋରି-ବି ଅଧିନରେ ଆଇଏମଓରେ ପ୍ରବେଶ କରିଛି। ନିର୍ବାଚନରେ ଜର୍ମାନୀ ୧୪୬ ଭୋଟ୍‌ ହାତେଇ ପାରିଥିବାବେଳେ ଏହା ପଛକୁ ଭାରତ ୧୪୪ ଭୋଟ୍‌ ହାସଲ କରିଛି। ଏହାଦ୍ୱାରା ଆସନ୍ତା ୨ ବର୍ଷ ଲାଗି ଭାରତ ଆଇଏମଓର ସଦସ୍ୟ ରହିବ। ତେବେ ପ୍ରଥମ ଥର ଲାଗି ଆଇଏମଓରେ ବି-ଶ୍ରେଣୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ଭାରତ ଏବଂ ଜର୍ମାନୀ ବାଦ୍‌ ଏହି ତାଲିକାରେ ଥିବା ଅନ୍ୟ ରାଷ୍ଟ୍ରମାନେ ହେଉଛନ୍ତି ଅଷ୍ଟ୍ରେଲିଆ, ଫ୍ରାନ୍ସ , କାନାଡା, ସ୍ପେନ, ବ୍ରାଜିଲ, ସ୍ୱିଡେନ, ନେଦରଲାଣ୍ଡ ଏବଂ ୟୁଏଇ। ଅଷ୍ଟ୍ରେଲିଆ ଏବଂ ୟୁଏଇ ନିର୍ବାଚନରେ ଏହି ପ୍ରକ୍ରିୟାରେ କରି ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର