ଭାରତରେ ଐତିହାସିକ ପରିବର୍ତ୍ତନ ଚାଲିଛି, ପୂର୍ବାପେକ୍ଷା ଦ୍ରୁତ ବେଗରେ ଦୂରୀଭୂତ ହେଉଛି ଦାରିଦ୍ର୍ୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କହିଛନ୍ତି ଯେ ଭାରତ ପୂର୍ବାପେକ୍ଷା ଦ୍ରୁତ ବେଗରେ ଦାରିଦ୍ର୍ୟ ଦୂରୀଭୂତ କରୁଛି ଓ ଦେଶ ବ୍ୟାପକ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଦେଖୁଛି।

ରୟାଲ୍‌ ୟୁନିଭର୍ସିଟି ଅଫ୍‌ ଭୁଟାନ୍‌ ଠାରେ ବିଦ୍ୟାର୍ଥୀମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଯୁବ ଭାରତର ସ୍ୱପ୍ନ ଓ ଆକାଂକ୍ଷା ଦେଶରେ ତାଙ୍କ ସରକାର ଆରମ୍ଭ କରିଥିବା ବିଭିନ୍ନ ପରିବର୍ତ୍ତନ ଓ ସଂସ୍କାର ମଧ୍ୟରେ ରହିଛି।

ଭାରତ ପୂର୍ବାପେକ୍ଷା ଦ୍ରୁତ ବେଗରେ ଦାରିଦ୍ର୍ୟ ଦୂରେଇ ଚାଲିଛି… ଭିତ୍ତିଭୂମି ନିର୍ମାଣ ବେଗ ଗତ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି। ଯୁବକମାନଙ୍କ ମସ୍ତିଷ୍କ ଅଭିନବ ସମାଧାନ ଦ୍ୱାରା ସବୁ ଆହ୍ଵାନର ମୁକାବିଲା କରିପାରିବ।

ଭାରତ ହେଉଛି ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମର ନିବାସ। ଆୟୁଷ୍ମାନ ଭାରତ ୫୦୦ ନିୟୁତ ଭାରତୀୟଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରତିଶ୍ରୁତି ଦେଇଛି। ବିଶ୍ୱରେ ସବୁଠୁ ଶସ୍ତା ଡାଟା ସଂଯୋଗକାରୀଙ୍କ ମଧ୍ୟରେ ରହିଛି। ଏହାଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବେ କୋଟି କୋଟି ଲୋକ ଶସକ୍ତ ହେଉଛନ୍ତି।

ମୋଦୀ କହିଲେ, କିଛି ଦିନ ତଳେ, ମୋର ଉତ୍ତମ ବନ୍ଧୁ, ପ୍ରଧାନମନ୍ତ୍ରୀ ଡାକ୍ତର ସେରିଙ୍ଗ୍‌ ଫେସ୍‌ବୁକ୍‌ ପୋଷ୍ଟ୍‍ରେ ଯାହା ଲେଖିଥିଲେ ତାହା ମୋର ମନକୁ ଛୁଇଁ ଥିଲା। ପିଲାମାନେ ବିନା ଚାପରେ କିଭଳି ପରୀକ୍ଷାର ସମ୍ମୁଖୀନ ହେବେ ସେ ସଂକ୍ରାନ୍ତରେ ମୁଁ ଲେଖିଥିବା ପୁସ୍ତକ ‘ଏକ୍‌ଜାମ୍‌ ଓ୍ଵାରିଅର୍‌’ କଥା ସେ ପୋଷ୍ଟ୍‍ରେ ଉଲ୍ଲେଖ କରିଥିଲେ।

‘ଏକ୍ଜାମ୍‌ ଓ୍ଵାରିଅର୍‌’ରେ ମୁଁ ଲେଖିଥିବା ଅଧିକାଂଶ କଥା ଭଗବାନ ବୁଦ୍ଧଙ୍କ ଶିକ୍ଷା ଉପରେ ଆଧାରିତ। ବିଶେଷକରି, ସକାରତ୍ମକତାର ଗୁରୁତ୍ୱ, ଭୟ ଲଙ୍ଘନ ଏବଂ ଏକପ୍ରାଣ ହୋଇ ବଞ୍ଚିବା କଥା ଏଥିରେ ଉଲ୍ଲେଖ ରହିଛି। ସେ ସମ୍ପ୍ରତିକ ସମୟ ହେଉ ବା ପ୍ରକୃତି ମାତୃକା ହେଉ।

ଦୁଇ ଦେଶର ମିତ୍ରତା ପ୍ରସଙ୍ଗରେ ମୋଦୀ କହିଲେ ଭୁଟାନବାସୀ ଏବଂ ଭାରତବାସୀ ପରସ୍ପରଙ୍କ ସହ ନିବିଡ଼ତା ଅନୁଭବ କରୁଛନ୍ତି। ସେ କହିଲେ, ଆମର କେବଳ ନିବିଡ଼ତା ଭୌଗୋଳିକସ୍ଥିତି ପାଇଁ ନୁହେଁ। ଆମ ଇତିହାସ, ସଂସ୍କୃତି ଏବଂ ଆଧ୍ୟତ୍ମିକ ପରମ୍ପରା ଦୁଇ ଦେଶବାସୀଙ୍କ ମଧ୍ୟରେ ଅଭିନବ ଏବଂ ଦୃଢ଼ ବନ୍ଧନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର