ଆକାଶମାର୍ଗରୁ ପାକିସ୍ତାନର କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିଛି ଭାରତୀୟ ବାୟୁସେନାର ‘ନେତ୍ର’, ୪୫୦ କିମି ଦୂରରୁ ଶତ୍ରୁର ବିମାନ, ମିସାଇଲକୁ ଠାବ କରିପାରିବ

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ସହିତ ତିକ୍ତତା ବଢିଚାଲିଥିବାବେଳେ ସୀମାରେ ପାକିସ୍ତାନ ସେନାର କାର୍ଯ୍ୟକଳାପ ବଢିଯାଇଛି । ନିୟନ୍ତ୍ରଣ ରେଖା ସେପଟେ ପାକିସ୍ତାନ ପକ୍ଷରୁ ସେନା ଓ ଗୋଳାବାରୁଦ ଠୁଳ କରାଯାଉଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ଭାରତ ସତର୍କ ହୋଇଯାଇଛି । ସୀମାରେ ପାକିସ୍ତାନର କାର୍ଯ୍ୟକଳାପ ଉପରେ କଡା ନଜର ରଖାଯାଇଛି । ଏଥିପାଇଁ ବାୟୁସେନା ପକ୍ଷରୁ ଏୟାରବୋର୍ନ ଆର୍ଲି ଓ୍ଵାର୍ଣ୍ଣିଂ ଏଣ୍ଡ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ‘ନେତ୍ର’କୁ ନିୟୋଜିତ କରାଯାଇଛି ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୨ୟ ନେତ୍ରକୁ ଗତକାଲି ପଂଜାବର ଭଟିଣ୍ଡା ଏୟାରବେସଠାରେ ଡିଆରଡିଓ ପକ୍ଷରୁ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା । ଏହାକୁ ପାକିସ୍ତାନୀ ସୀମା ନିକଟରେ ମୁତୟନ କରାଯାଇଛି । ଆକାଶରେ ରହି ଏହା ଭାରତୀୟ ବାୟୁସେନାର ନେଚ୍ର ବା ଆଖି ଭାବରେ କାମ କରୁଛି । ବିଶେଷଜ୍ଞମାନଙ୍କ ମତରେ ନେତ୍ର ପ୍ରାୟ ୪୫୦ କିମି ଦୂରରୁ ନିଜର ଇନଫ୍ରାରେଡ୍‌ ଡିଟେକ୍ସନ କାପାବିଲିଟି ଜରିଆରେ ଶତ୍ରୁପକ୍ଷର ମିସାଇଲ ବା ବିମାନକୁ ଚିହ୍ନଟ କରିପାରିବ । ଗତ ଫେବ୍ରୁଆରୀ ମାସରେ ବାୟୁସେନା ପକ୍ଷରୁ ହୋଇଥିବା ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ବେଳେ ତଥ୍ୟ ସଂଗ୍ରହ ପାଇଁ ନେତ୍ରକୁ ନିୟୋଜିତ କରାଯାଇଥିଲା ।

ସମ୍ବନ୍ଧିତ ଖବର