ପ୍ୟାରିସରେ ଥିବା ଭାରତୀୟ ବାୟୁସେନାର ରାଫେଲ ପ୍ରୋଜେକ୍ଟ ଅଫିସରେ ଗୋପନୀୟ ତଥ୍ୟ ଚୋରୀ ଉଦ୍ୟମ

ପ୍ୟାରିସ : ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଥିବା ଭାରତୀୟ ବାୟୁସେନାର ରାଫେଲ ପ୍ରୋଜେକ୍ଟ ଅଫିସରେ କେହି ଜଣେ ଝରକା ଭାଙ୍ଗି ଚୋରୀ ଉଦ୍ୟମ କରିଛି । ପ୍ୟାରିସ ଉପକଣ୍ଠରେ ଥିବା ଏହି ଅଫିସଟି ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଡିଲ ସଂପର୍କିତ କାର୍ଯ୍ୟ, ଭାରତୀୟ ପାଇଲଟ ଓ ଇଂଜିନିୟରଙ୍କ ଟ୍ରେନିଂ, ବିମାନର ରକ୍ଷଣାବେକ୍ଷଣ ଆଦି ସଂପର୍କିତ କାର୍ଯ୍ୟ କରିଥାଏ । ଏହା ଏକ ପ୍ରଶାସନିକ ଅଫିସ ଥିବାରୁ ଏଠାରେ ନଗଦ ଅର୍ଥ କିମ୍ବା ସେଭଳି କିଛି ମୂଲ୍ୟବାନ ପଦାର୍ଥ ନଥିଲା ।

ଏଣୁ ରାଫେଲ ବିମାନ ସଂପର୍କିତ ଗୋପନୀୟ ତଥ୍ୟ ହାସଲ କରିବା ପାଇଁ ଏହି ଉଦ୍ୟମ କରାଯାଇଥିବା ସଂଦେହ କରାଯାଉଛି । କିନ୍ତୁ ସବୁ ତଥ୍ୟ ସୁରକ୍ଷିତ ଥିବା ଜଣାଯାଇଛି । ଏହି ଘଟଣାକୁ ଫ୍ରାନ୍ସ ସରକାର ଅତ୍ୟନ୍ତ ଗୁରୁତର ସହ ନେବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣା ସଂପର୍କରେ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟକୁ ସୂଚୀତ କରାଯାଇଛି । ଭାରତ ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କିଣିବା ପାଇଁ ଚୁକ୍ତି କରିଛି । ତେବେ ଏହି ଡିଲରେ ଦୁର୍ନିତି ହୋଇଥିବା କଂଗ୍ରେସ ଅଭିଯୋଗ କରୁଛି ।

ସମ୍ବନ୍ଧିତ ଖବର