ପୋଖ୍‌ରାନରେ ବାୟୁସେନାର ଶକ୍ତି ପ୍ରଦର୍ଶନ

ପୋଖରାନ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶବ୍ୟାପୀ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ ଗତକାଲି ରାଜସ୍ଥାନ ରେଂଜ୍‌ର ପୋଖରାନରେ ଭାରତୀୟ ବାୟୁସେନା ଶକ୍ତି ପ୍ରଦର୍ଶନ କରିଛି। ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ କହିଛନ୍ତି ଯେ ବାୟୁସେନାର ଏକ ବିଶାଳ ସମରାଭ୍ୟାସ କରି ଏଥିରେ ଶତ ପ୍ରତିଶତ ସଫଳତା ହାସଲ କରିଛି। ଶତ୍ରୁ ରାଷ୍ଟ୍ର ଭାରତୀୟ ବାୟୁସେନାକୁ କେବେ ବି ପରାସ୍ତ କରିପାରିବ ନାହିଁ ବୋଲି ଭଲ୍‌ଭାବେ ଜାଣିଛି ବୋଲି ଧନୋଆ କହିଛନ୍ତି। ‘ବାୟୁ ଶକ୍ତି’ ଅଭିଯାନରେ ହୋଇଥିବା ଏହି ସମରାଭ୍ୟାସରେ ଶତାଧିକ ଟାର୍ଗେଟ୍‌କୁ ବାୟୁସେନା ନିମିଷକରେ ଛାର୍‌ଖାର କରିଦେଇଥିଲା। ଏହି ଯୁଦ୍ଧାଭ୍ୟାସରେ ୧୩୦ରୁ ଅଧିକ ଯୁଦ୍ଧ ବିମାନ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର