ନିରାପଦ ଯାତ୍ରା ପାଇଁ ଆପ୍‌ ତିଆରି କଲେ ଭାରତୀୟ ବଂଶୋଦ୍ଭବ ବାଳିକା

ଭର୍ଜିନିଆ: ଆମେରିକାର ଭର୍ଜିନିଆରେ ରହୁଥିବା ଏକ ଭାରତୀୟ ବଂଶୋଦ୍ଭବ ଝିଅ ଏପରି ଏକ ମୋବାଇଲ ଆପ୍‌ ବିକଶିତ କରିଛି ଯାହାକି ଲୋକମାନଙ୍କୁ ବିଶେଷକରି ମହିଳାମାନଙ୍କୁ ନିଜ ଗନ୍ତବ୍ୟସ୍ତଳରେ ନିରାପଦରେ ପହଞ୍ଚିବାକୁ ସାହାଯ୍ୟ କରିବ । ଏହି ଝିଅ ନାଁ ହେଉଛି ମେଧା ଗୁପ୍ତା । ଭର୍ଜିନିଆର ହରଡନରେ ରହୁଥିବା ଏହି ଝିଅ ନିଜ ସ୍କୁଲରୁ ଘରକୁ ଆସିବାବେଳେ ଭୋଗୁଥିବା ଅସୁବିଧାର ସମାଧାନ କରିବାକୁ ଯାଇ ଏହି ଆପ୍‌ ବିକାଶ କରିବାରେ ସଫଳ ହୋଇଛି ।
ମେଧାର ସ୍କୁଲ ବସ୍‌ ଯେଉଁଠାରେ ଛାଡେ ସେଠାରୁ ତାଙ୍କ ଘରକୁ ଚାଲି ଚାଲି ଗଲେ ପ୍ରାୟ ୨୦ ମିନିଟ ଲାଗେ । ଶୀତଦିନେ ଶୀଘ୍ର ଅନ୍ଧାର ହୋଇଯାଉଥିବାରୁ ଚାଲିକି ଆସିବାବେଳେ ତାକୁ ଭୟ ଲାଗେ । ଏଣୁ ଏକ ମୋବାଇଲ ଆପ ତିଆରି କରିବାକୁ ତା ମା’ ତାକୁ ମଜାରେ କହିଥିଲେ । କିନ୍ତୁ ମା’ଙ୍କର ଏହି ମଜାକୁ ସେ ଗୁରୁତ୍ୱ ଦେବା ସହ ଏକ ମୋବାଇଲ ଆପ୍‌ ‘ସେଫ୍‌ ଟ୍ରାଭେଲ’ ତିଆରି କରିଥିଲା । ଏହି ଆପ ବ୍ୟବହାର କରୁଥିବା ବ୍ୟକ୍ତି ଧାର୍ଯ୍ୟ ସମୟରେ ଗନ୍ତବ୍ୟରେ ନ ପହଞ୍ଚିଲେ ଏକ ମେସେଜ୍‌ ଆଲର୍ଟ ଉକ୍ତ ବ୍ୟକ୍ତିଙ୍କ ନିକଟତମ ବ୍ୟକ୍ତିଙ୍କ ପାଖକୁ ଯିବ । ଏହି ଆପଟି ବାର୍ଷିକ କଂଗ୍ରେସନାଲ ଆପ ଚ୍ୟାଲେଞ୍ଜରେ ପୁରସ୍କୃତ ହୋଇଛି ।

ସମ୍ବନ୍ଧିତ ଖବର