ଜାନୁଆରି ପହିଲାରୁ ଏଯାବତ୍‌ ୨୦ ପାକିସ୍ତାନୀ ସୈନିକ ନିହତ କଲେଣି ଭାରତୀୟ ସୈନିକ

ନୂଆଦିଲ୍ଲୀ: ଏ ବର୍ଷ ଜାନୁଆରି ପହିଲା ଠାରୁ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତୀୟ ସେନା ପ୍ରାୟ ୨୦ ଜଣ ପାକିସ୍ତାନୀ ସୈନିକଙ୍କୁ ନିହତ କରିବା ସହ ଅନ୍ୟ କେତେକଙ୍କୁ ଆହତ କରିଥିବା କଥା ଗୁରୁବାର ଦିନ ସରକାରୀ ସୂତ୍ରରୁ ଜଣାପଡ଼ିଛି।

ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥାପିତ କମାଣ୍ଡିଙ୍ଗ୍‌ ଅଫିସର୍‌ ଓ ସେନାବାହିନୀକୁ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଯଥେଷ୍ଟ ସ୍ୱାଧୀନତା ଦିଆଯାଇ ଥିବାରୁ ସେମାନେ ସୀମାନ୍ତାଞ୍ଚଳରେ ଅନୈତିକ ଅଭିଯାନ ଚଳାଉଥିବା ପାକିସ୍ତାନ ସେନାକୁ ଠିକଣା ଜବାବ ଦେଇପାରୁଛନ୍ତି।
ଜାନୁଆରି ପହିଲା ଠାରୁ ପାକିସ୍ତାନୀ ସେନାବାହିନୀ ଯୋଗୁଁ ନିୟନ୍ତ୍ରଣ ରେଖା ନିକଟ ଅଞ୍ଚଳରେ ଭାରତୀୟ ସେନାବାହିନୀର ଚାପ ବଢ଼ିଛି।

ସେଥିପାଇଁ ସୀମାନ୍ତ ଅଞ୍ଚଳ ସୈନିକଙ୍କ ପାଇଁ ୩୫ଟି ରେଡ୍‌-ଆଲର୍ଟ ଦେବା ସହ ସେନାବାହିନୀର ୧୦ କର୍ପସ୍‌ କମାଣ୍ଡର୍‌ ଲେଫ୍‌ନାଣ୍ଟ୍‌ ଜେନେରାଲ୍‌ ନଦୀମ ରାଜା ବହୁବାର ବର୍ଡର୍‌ ସେକ୍ଟର୍‌ ପରିଦର୍ଶନରେ ଯାଇଛନ୍ତି।

ଲାଇଟ୍‌ ଫିଲ୍‌ଡ୍‌ ଗନ୍‌, ହେଭି ୧୨୦ ଏମ୍‌ ଏମ୍‌ ମୋର୍ଟାର୍‌ ଏବଂ ଆଣ୍ଟି-ଟ୍ୟାଙ୍କ୍‌ ଗାଇଡେଡ୍‌ ମିସାଇଲ୍‌ ଯୋଗେ ଉଭୟପଟୁ ଆକ୍ରମଣ କରାଯାଉଥିଲେ ମଧ୍ୟ ଭାରତୀୟ ସେନା ତରଫରୁ ଗୁଳିଗୋଳା ବର୍ଷଣ କରାଯାଇ କେତେଗୁଡ଼ିଏ ପାକ୍‌ ଶିବିର ଧ୍ୱଂସ କରାଯାଇଛି। ବାଲ୍‌ନୋଇ, ମେନ୍ଧାର, କଲଲ, କେରନ, ଦୋଦା, ସର୍ଲା, ଲାଏଲି ଏବଂ ବନଓ୍ଵତ ଆଦି ଅଞ୍ଚଳରେ ୭୭୮ କିଲୋମିଟର୍‌ ବ୍ୟାପ୍ତ ଅଞ୍ଚଳକୁ ଗତ ପାଞ୍ଚମାସ ମଧ୍ୟରେ ସେନା ପକ୍ଷରୁ ଗୁଳିଗୋଳା ବିନିମୟ ହୋଇଛି।

ସମ୍ବନ୍ଧିତ ଖବର