ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବାରେ ସାହାଯ୍ୟ କଲେ ସେନା ଯବାନ, ସୃଷ୍ଟି କଲେ ଉଦାହରଣ

ନୂଆଦିଲ୍ଲୀ : କେବଳ  ସୀମାରେ ଦେଶକୁ ରକ୍ଷା କରିବା ଭାରତୀୟ ସେନା ଯବାନଙ୍କ କାମ । ଏଭଳି ଚିନ୍ତାଧାରାକୁ ଭୁଲ ବୋଲି ପ୍ରମାଣ କରିଛି ଜମ୍ମୁ-କଶ୍ମୀରରେ ଘଟିଥିବା ଏକ ଘଟଣା । ସୋମବାର ବାରାମୁଲ୍ଲାର ଦୁଦବଗରେ ଥିବା ଏକ ଘରେ ହଠାତ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ସହ ମିଶି ସେନା ଯବାନମାନେ ନିଆଁ ଲିଭାଇବାରେ ସାହାଯ୍ୟ କରିଥିବାର ଖବର ମିଳିଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ସୀମାରେ ନୁହେଁ ବରଂ କୌଣସି ଆପତକାଳୀନ ପରିସ୍ଥିତିରେ ମଧ୍ୟ ସେନା ଯବାନମାନେ ଲୋକମାନଙ୍କୁ ରକ୍ଷା କରି ପାରିବେ ବୋଲି ଏହି ଘଟଣା ପ୍ରମାଣ କରିଛି ।

ସୂଚନା ମୁତାବକ, ନିଆଁ ଲାଗିଥିବା ଦେଖି ସେନା ଯବାନ ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ପହଞ୍ଚିଥିଲେ । ଗୋଟେ ଟିମ୍‌ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିଆଁ ଲିଭାଇବାରେ ସାହାଯ୍ୟ କରିଥିବା ବେଳେ ଅନ୍ୟ ଟିମ୍‌ ନିଆଁ ଲାଗିଥିବା ଘରୁ ଲୋକଙ୍କ ସମେତ ଘରେ ଥିବା ଜିନିଷକୁ ସୁରକ୍ଷିତ ବାହାରକୁ ଆଣିଥିଲେ । ନିଆଁ ଯେମିତି ପାଖ ଘରକୁ ନ ବ୍ୟାପେ ସେ ନେଇ ଧ୍ୟାନ ଦେଇଥିଲେ ସେନା ଯବାନ । ଯାହା ଦ୍ୱାରା ଏହି ଅଭାବନୀୟ ଘଟଣାରେ କାହାର ଜୀବନହାନି ଘଟି ନଥିଲା ।

ସମ୍ବନ୍ଧିତ ଖବର