ସେନା ଯୁଦ୍ଧାସ୍ତ୍ରରେ ସାମିଲ ହେଲା ଆମେରିକା ନିର୍ମିତ ସର୍ବାଧୁନିକ କମାଣ; ସୀମା ଆରପଟେ ଲୁଚିଥିବା ଆତଙ୍କବାଦୀଙ୍କୁ କରିବ ସମୂଳେ ସଂହାର

ନୂଆଦିଲ୍ଲୀ: ଆମେରିକା ଦ୍ୱାରା ନିର୍ମିତ ଏକ ସର୍ବାଧୁନିକ କମାଣକୁ ଭାରତୀୟ ସେନା ଆଜି ନିଜ ଯୁଦ୍ଧାସ୍ତ୍ରରେ ସାମିଲ କରାଇଛି। ଏହି କମାଣ (ଏକ୍ସକାଲିବର ଆର୍ଟିଲାରି)ର ବିଶେଷତ୍ୱ ହେଲା ଲକ୍ଷ୍ୟଭେଦ କରିବାରେ ଏହାର କ୍ଷମତା ହେଉଛି ଶତ ପ୍ରତିଶତ। ଆଉ ଏହା ହେଉଛି ଏକ ଲେଜର ଗାଇଡେଡ୍‌ ବା ଜିପିଏସ୍‌ ଦ୍ୱାରା ପରିଚାଳିତ କମାଣ। ଅର୍ଥାତ୍‌ ଏହାକୁ ଯେଉଁଠାରେ ହିଁ ଲକ୍ଷ୍ୟଭେଦ ପାଇଁ ଟାର୍ଗେଟ ଦିଆଯାଇଥିବ ବା ଜିପିଏସ୍‌କୁ ଫିକ୍ସ କରା ଯାଇଥିବ ଏହା ଠିକ୍‌ ସେଇ ଟାର୍ଗେଟକୁ ହିଁ ଯାଇ ଭେଦ କରିବା ସହ ସେଠାରେ ଥିବା ଶତ୍ରୁଙ୍କୁ ନିପାତ କରିବ। ଏହି କମାଣର ଏତେ ପରିମାଣରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦୀ କ୍ଷମତା ରହିଛି ଯେ ଆବଶ୍ୟକ ସ୍ଥଳେ ଏହାକୁ ଘନ ଜନବସତି ଥିବା ଅଞ୍ଚଳରେ ମଧ୍ୟ ସେନା ପକ୍ଷରୁ ବ୍ୟବହାର କରାଯାଇ ପାରିବ। ଖାଲି ଏତିକି ନୁହେଁ; ଏହି କମାଣର ଅନ୍ୟ ଏକ ପ୍ରମୁଖ ବିଶେଷତ୍ୱ ହେଉଛି ଏହାକୁ ୫୦ କିଲୋମିଟର ଦୂରରୁ ମଧ୍ୟ ଶତ୍ରୁପକ୍ଷ ଉପରକୁ ନିକ୍ଷେପ କରାଯାଇ ପାରିବ। ଏହାକୁ ଉଭୟ ସ୍ଥଳ ପଥ ଓ ଆକାଶ ପଥରୁ ଶତ୍ରୁପକ୍ଷ ଉପରକୁ ନିକ୍ଷେପ କରାଯାଇ ପାରିବ।

DifenceWatch

ସଂପ୍ରତି ଚାଲିଥିବା ଆର୍ମି କମାଣ୍ଡର କନ୍‌ଫରେନ୍ସ ଅବସରରେ ଏହାକୁ ସେନା ଯୁଦ୍ଧାସ୍ତ୍ରରେ ସାମିଲ କରାଯାଇଛି। ମୁଖ୍ୟତଃ ଦେଶର ସୀମାନ୍ତରେ ଅନ୍ୟ ରାଷ୍ଟ୍ରର ସୀମା ମଧ୍ୟରେ ଆତ୍ମଗୋପନ କରି ରହୁଥିବା ଆତଙ୍କବାଦୀମାନଙ୍କୁ ନିପାତ କରିବା ଲକ୍ଷ୍ୟରେ ଏହି ସର୍ବାଧୁନିକ କମାଣକୁ ସେନାରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର